Below header

ଓଲଟିଲା ଗୋରୁ ବୁଝେଇ ପିକଅପ ଗାଡି, ୪ ଗୋରୁ ମୃତ

ବାଲେଶ୍ୱର ଜିଲ୍ଲା ଖଇରା ଥାନା ବାଙ୍କତିରା ଛକରେ ଖଇରା ଆଡୁ ଏକ ପିକଅପ ଗାଡି ୮ଟି ଗୋରୁ ନେଇ ସୋର ଆସୁଥିବା ବେଳେ ବାଙ୍କିତିରା ଛକ ନିକଟରେ ଥିବା ବିଦ୍ୟୁତ ଖୁଣ୍ଟରେ ବାଡେଇ ଓଲଟି ପଡିଥିଲା । ଫଳରେ ୪ ଗୋରୁ ମୃତ।

ସୋର (କେନ୍ୟୁଜ): ବେଆଇନ ଗୋରୁ ବୋଝେଇ ପିକଅପ ଗାଡି ଓଲଟି ୪ ଗୋରୁ ମୃତ। ବାଲେଶ୍ୱର ଜିଲ୍ଲା ଖଇରା ଥାନା ବାଙ୍କତିରା ଛକରେ ଖଇରା ଆଡୁ ଏକ ପିକଅପ ଗାଡି ୮ଟି ଗୋରୁ ନେଇ ସୋର ଆସୁଥିବା ବେଳେ ବାଙ୍କିତିରା ଛକ ନିକଟରେ ଥିବା ବିଦ୍ୟୁତ ଖୁଣ୍ଟରେ ବାଡେଇ ଓଲଟି ପଡିଥିଲା । ଫଳରେ ଗାଡିରେ ଥିବା ୮ ଟି ଗୋରୁ ମଧ୍ୟରୁ ୪ ଟି ଗୋରୁଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା।

ଆଉ ୪ଟି ଗୋରୁଙ୍କୁ ସ୍ଥାନୀୟ ଲୋକ ମାନେ ଫିଟେଇ ଦେଇଥିବା ନେଇ ସୂଚନା ମିଳିଛି । ଖଇରା ପୋଲିସ ଘଟଣା ସ୍ଥଳରେ ପହଁଚି ଡ୍ରାଇଭରକୁ ଅଟକ ରଖିଥିବା ବେଳେ ଗାଡିକୁ ଜେସିପି ସାହାଯ୍ୟରେ ଉଦ୍ଧାର କରିଛି । ପ୍ରତିଦିନ ଏହି ରାସ୍ତାରେ ୭ରୁ ଅଧିକ ଗୋରୁ ଗାଡି ଯାଉଥିବା ନେଇ ସ୍ଥାନୀୟ ଲୋକ ମାନେ ଅଭିଯୋଗ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.