Below header

ଯାଜପୁରର ସିଦ୍ଧପୀଠ ନାନକାର ହୋଇଉଠିଛି ଉତ୍ସବ ମୁଖର, ଦ୍ୱିତୀୟ ମହିମା ଗାଦି ଭାବେ ପରିଚିତ ଏହି ପୀଠ

ମହିମା ମହୋତ୍ସବ ଲାଗି ଯାଜପୁର ଜିଲ୍ଲାର ସିଦ୍ଧପୀଠ ନାନକାର ହୋଇଉଠିଛି ଉତ୍ସବମୁଖର । ସିଦ୍ଧ ପୁରୁଷ କ୍ଷେତ୍ରବାସୀ ବାବାଙ୍କ ୧୨୮ତମ ଜୟନ୍ତୀ ଅବସରରେ ବହୁ ସାଧୁସନ୍ଥଙ୍କ ସମାଗମ ହୋଇଛି । ଏଥିସହ ଦ୍ୱିତୀୟ ମହିମା ଗାଦି ଭାବେ ପରିଚିତ ଏହି ପୀଠକୁ ଛୁଟି ଆସିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ ।

ଯାଜପୁର(କେନ୍ୟୁଜ): ମହିମା ମହୋତ୍ସବ ଲାଗି ଯାଜପୁର ଜିଲ୍ଲାର ସିଦ୍ଧପୀଠ ନାନକାର ହୋଇଉଠିଛି ଉତ୍ସବମୁଖର । ସିଦ୍ଧ ପୁରୁଷ କ୍ଷେତ୍ରବାସୀ ବାବାଙ୍କ ୧୨୮ତମ ଜୟନ୍ତୀ ଅବସରରେ ବହୁ ସାଧୁସନ୍ଥଙ୍କ ସମାଗମ ହୋଇଛି । ଏଥିସହ ଦ୍ୱିତୀୟ ମହିମା ଗାଦି ଭାବେ ପରିଚିତ ଏହି ପୀଠକୁ ଛୁଟି ଆସିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ ।

ଏବେ ଆରମ୍ଭ ହୋଇଛି ଯାଜପୁର ଜିଲ୍ଲା ବଡଚଣା ବ୍ଲକ କେଲାଣଗିରିଠାରେ ଥିବା ସିଦ୍ଧପୀଠ ନାନକାର ମହିମା ମହୋତ୍ସବ । ଏଥିଲାଗି ଚଳଚଂଚଳ ହୋଇଉଠିଛି ମହିମା ଆଶ୍ରମ । ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ବହୁ ବକ୍କଳଧାରୀ ସନ୍ୟାସୀ ଏଠାରେ ପହଂଚିଥିବା ବେଳେ ଶ୍ରଦ୍ଧାଳୁଙ୍କ ମଧ୍ୟ ଭିଡ ଲାଗିଛି । ଶ୍ରଦ୍ଧାଳୁମାନେ ସିଦ୍ଧପୁରୁଷ କ୍ଷେତ୍ରବାସୀଙ୍କ ସମାଧିପୀଠକୁ ଦର୍ଶନ କରି କୃପାଲାଭ କରିବା ସହ ପିତଳ ଝାଡରେ ଅଖଣ୍ଡଜ୍ୟୋତି ପ୍ରଜ୍ଜ୍ୱଳନ, ଭଜନକୀର୍ତନରେ ପ୍ରକମ୍ପିତ ହୋଇଉଠିଛି ସମଗ୍ର ପରିବେଷ । ଚଳିତବର୍ଷ କ୍ଷେତ୍ରବାସୀ ବାବାଙ୍କ ୧୨୮ତମ ଜୟନ୍ତୀ ସହ ବାର୍ଷିକ ଉତ୍ସବ ପାଳନ କରାଯାଉଛି । ଏନେଇ ମହିମା ଆଶ୍ରିତ ଶ୍ରଦ୍ଧାଳୁମାନେ ମନସ୍କାମନା ପୂର୍ବକ ଏଠାକୁ ଧାଇଁ ଆସିଛନ୍ତି ।

siddha pitha

ଏହି ମହୋତ୍ସବର ବିଶେଷ ଆକର୍ଷଣ ହେଉଛି ସଂଧ୍ୟାରେ ପିତଳ ଝାଡରେ ଅଖଣ୍ଡ ଜ୍ୟୋତି ପ୍ରଜ୍ଜ୍ୱଳନ ଓ ବ୍ରହ୍ମଧୁନିରେ ଘୃତାହୃତ ପ୍ରଦାନ । ମହିମାଧର୍ମୀ କଉପନିଧାରୀ ସାଧୁମାନଙ୍କ ପାରମ୍ପରିକ ଖଂଜଣି ସହ ମହିମା ଭଜନ ସୃଷ୍ଟି କରିଥାଏ ଏକ ଅଧ୍ୟାତ୍ମିକ ପରିବେଶ । ଏଥିସହ ଲଉଡିଖେଳ, ସମୂହ ଅନ୍ନପ୍ରାସନ୍ନ ଏବଂ ଧର୍ମମହାସଭାରେ ବହୁ ସନ୍ଥ ଯୋଗଦେଇ ମହିମା ଧର୍ମର ପ୍ରଚାର ପ୍ରସାର, ବ୍ରହ୍ମନିର୍ବାଣ ଓ ଜୀବନର ମୁକ୍ତିମାର୍ଗ ଦିଗରେ ଆଲୋଚନା କରୁଛନ୍ତି । ଯୋରନ୍ଦା ପରେ ଦ୍ୱିତୀୟ ମହିମା ଗାଦି ଭାବେ ନାନକାର ପୀଠକୁ ବିବେଚନା କରାଯାଉଛି । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଏଠାରେ ସମସ୍ତେ ଏକାକାର ।

ଏହି ମହୋତ୍ସବ ୩ଦିନ ଧରି ଚାଲିବାକୁ ଥିବା ବେଳେ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା ତଥା ଜନସାଧାରଣଙ୍କ ଭିଡକୁ ଆଖିଆଗରେ ରଖି ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.