Below header

ଯାଜପୁର: ବେଆଇନ ବାଣ କାରବାର ଉପରେ ଚଢ଼ାଉ, ୨ ଲକ୍ଷ ମୂଲ୍ୟର ବାଣ ଜବତ, ବ୍ୟବସାୟୀ ଗିରଫ

ଯାଜପୁର ଟାଉନ(କେ ନ୍ୟୁଜ): କୋରୋନା ଜନିତ କଟକଣା ପାଇଁ ସାରା ରାଜ୍ୟରେ ବାଣ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଯାଇଥିବାରୁ ଯାଜପୁର ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । ଆଜି ପୂର୍ବାହ୍ନରେ ଯାଜପୁର ଥାନା ଖଣ୍ଡରା ପଂଚାୟତ ବାଲିପଦା ଛକରେ ଥିବା ବେଆଇନ ବାଣ ଦୋକାନ ଉପରେ ପୋଲିସ ଚଢ଼ାଉ କରି ଲକ୍ଷାଧିକ ଟଙ୍କା ମୂଲ୍ୟର ବାଣ ଜବତ କରିଛି । ଏହା ସହ ବାଣ ବିକ୍ରି କରିବା ଅଭିଯୋଗରେ ବାଣ ଦୋକାନିଙ୍କୁ ଗିରପଂ କରାଯାଇଛି । ଦୋକାନରେ ବାଣ ବିକ୍ରି ହେଉଥିବା ବିଶେଷ ସୂତ୍ରରୁ ଖବର ମିଳିବା ପରେ ପୋଲିସ ଘଟଣା ସ୍ଥଳରେ ପହଂଚି ଚଢ଼ଉ ଆରମ୍ଭ କରିଥିଲା । ଏହା ସହ ତନଖି ସମୟରେ ବିଭିନ୍ନ ପ୍ରକାରର ବାଣ ଜବତ କରିଥିଲା । ଯାହାର ମୂଲ୍ୟ ୨ ଲକ୍ଷରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି।

ପୁଲିସ ବାଣ ଗୁଡିକୁ ଜବତ କରିବା ସହ ସମ୍ପୃକ୍ତ ବ୍ୟବସାୟୀ ଜଣଙ୍କୁ ଗିରଫ କରିଛି । ରାଜ୍ୟ ସରକାର ବାଣ ଉପରେ କଟକଣା ଲଗାଇଥିଲେ ମଧ୍ୟ ଏହାକୁ ଅମାନ୍ୟ କରି ଯାଜପୁରର ବିଭିନ୍ନ ସ୍ଥାନରେ ଚୋରାରେ ନିଜ ବେପାର ଚଳାଇଛନ୍ତି | ବିଭିନ୍ନ ସୂତ୍ରରୁ ଖବର ପାଇ ପୁଲିସ ନିଜ ଚଢାଉ ଆରମ୍ଭ କରିଥିଲା । ପୂର୍ବରୁ ମଧ୍ୟ ବିଭିନ୍ନ ବାଣ ବ୍ୟବସାୟୀ ଓ ବାଣ ଭିଡୁଥିବା ଲୋକଙ୍କ ଉପରେ ଚଢାଉ ହୋଇଥିଲା । ସୂଚନା ମୁତାବକ ଥାନା ପକ୍ଷରୁ ତୃତୀୟ ଥର ପାଇଁ ଚଢାଉ କରାଯାଇଛି । ଜିଲ୍ଲାବାସୀ ଚଳିତବର୍ଷ ଦୀପାବଳିକୁ ବାଣ ଫୁଟାଇବା ବଦଳରେ କେବଳ ଦୀପ ଜଳାଇ ପାଳନ କରିବାକୁ ଜିଲ୍ଲା ପୁଲିସ ପକ୍ଷରୁ ପୂର୍ବରୁ ନିବେଦନ କରାଯାଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.