ଆମାଜନରେ ଚାକିରି କରିବାର ଜବରଦସ୍ତ ମଉକା, ମାତ୍ର ୪ ଘଣ୍ଟା ପାଇଁ ମିଳିବ ୭୦ ହଜାର ଟଙ୍କା

ଦୁନିଆର ସବୁଠାରୁ ବଡ ଇ-କମର୍ସ କମ୍ପାନୀ ଆମାଜନରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଆଉ ଗୋଟେ ସବୁଠାରୁ ଖାସ୍‌ କଥା ଜାଣନ୍ତି ଏହି ଚାକିରିରେ ଆପଣଙ୍କୁ କେବଳ ୪ ଘଣ୍ଟା କାମ କରିବାକୁ ହେବ। ଏହି କାମ ହେଉଛି ଡେଲିଭରୀ ବୟର କାମ। ଏହି କାମରେ ବି ସେତିକି ପରିଶ୍ରମ ଯେତିକି ଅନ୍ୟ ଚାକିରିରେ ରହିଛି। ଏଠାରେ ରୋଜଗାର ବି ବହୁତ ଭଲ ହୋଇପାରିବ। ଯଦି ଆପଣ ବେରୋଜଗାର, ତାହେଲେ ଆପଣ ଫୁଲ ଟାଇମ କିମ୍ବା ପାର୍ଟ ଟାଇମ ଜମା କରିପାରିବେ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ କମ୍ପାନୀ ଏଥିପାଇଁ ପ୍ରାୟ ୨୦ ହଜାର ଲୋକଙ୍କୁ ଚାକିରିରେ ରଖିବ।

ଦିଲ୍ଲୀରେ ଆମାଜନର ପ୍ରାୟ ୧୮ ସେଣ୍ଟର ରହିଛି। ଏମିତି ହିଁ ଅଧିକାଂଶ ସହରରେ ଆମାଜନ ସେଣ୍ଟର ରହିଛି। ସବୁ ପ୍ୟାକେଜକୁ ଗ୍ରାହକଙ୍କ ଠିକଣାରେ ପହଁଚିଯାଇଥାଏ। ଆମାଜନ ସେଣ୍ଟରରେ ପ୍ରାୟ ୧୦-୧୫ କିଲୋମିଟର ଏରିୟାରେ ପ୍ୟାକେଜ ଡେଲିଭର କରାଯାଇଥାଏ।

amazonଏମିତି କରନ୍ତୁ ଆପ୍ଲାଏ

ଡେଲିଭରୀ ବୟ ଚାକିରି ପାଇଁ ଆପଣ ସିଧା ଆମାଜନର ସାଇଟ https://logistics.amazon.in/applynowକୁ ଯାଇ ଆବେଦନ କରିପାରିବେ। ଏହାଛଡା ଆମାଜନର କୌଣସି ବି ସେଣ୍ଟରରେ ଯାଇ ଚାକିରି ପାଇଁ ଆବେଦନ କରିପାରିବେ। ଅଧିକାଂଶ ସେଣ୍ଟରରେ ଡେଲିଭରୀ ବୟ ପଦବୀ ଖାଲି ପଡିଥାଏ। ଡେଲିଭରୀ ବୟଙ୍କୁ ସାରା ଦିନ କାମ କରିବାକୁ ପଡିନଥାଏ। ଡେଲିଭରୀ ବୟଙ୍କ କହିବା କଥା ଯେ ଗୋଟିଏ ଦିନରେ ପ୍ରାୟ ୧୦୦-୧୫୦ ପ୍ୟାକେଜ ଡେଲିଭର କରିଦେଇଥାଏ।

ଡେଲିଭରୀ ବୟଙ୍କୁ ପ୍ରତି ମାସ ନିୟମିତ ଦରମା ମିଳିଥାଏ। ଆମାଜନରେ ଡେଲିଭରୀ ବୟଙ୍କୁ ୧୨ ରୁ ୧୫ ହଜାର ଟଙ୍କାର ଫିକ୍ସଡ ସାଲାରୀ ମିଳିଥାଏ। ପେଟ୍ରୋଲ ର ଖର୍ଚ୍ଚ ଆପଣଙ୍କୁ ଦେବାକୁ ହୋଇଥାଏ। ଆପଣ ଆରାମରେ ୬୦ ହଜାରରୁ ୭୦ ହଜାର ପଯ୍ୟର୍ନ୍ତ ଟଙ୍କା ମାସକୁ ରୋଜଗାର କରିପାରିବେ।

 

Leave A Reply

Your email address will not be published.