କବାଡ଼ିଆକୁ ସ୍କୁଲ ବହି ବିକୁ ଥିଲେ ସିଆରସିସି, ଧରା ପଡିବା ପରେ ଉଠ ବସ କଲେ ଗାଁ ଲୋକେ

କାନ ଧରି ଉଠବସ୍ ହେଲେ ସିଆରସିସି । ପଢା ବହି ସବୁ କବାଡିଆକୁ ବିକ୍ରି କରୁଥିବା ବେଳେ ଧରାପଡି ଉଠବସ୍ ହେଲେ ବୋଲଗଡ ସିଆରସିସି ମନମାହନ ମିଶ୍ର । ଯାହାକି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ବେଗୁନିଆ (କେନ୍ୟୁଜ): ମହଙ୍ଗା ପଡିଲା କବାଡ଼ିଆକୁ ସ୍କୁଲ ବହି ବିକ୍ରି କରିବା, ସିଆରସିସିଙ୍କୁ ଅଟକ ରଖିଲେ ଗ୍ରାମବାସୀ । ପିଲାମାନଙ୍କୁ ଉତ୍ତମ ଶିକ୍ଷା ଦେବା ପାଇଁ ସର୍ବଶିକ୍ଷା ଅଭିଯାନ ଆରମ୍ଭ କରିବା ସହ ପିଲାମାନଙ୍କୁ ପାଠ ପଢିବା ପାଇଁ ମାଗଣା ବହି ଯୋଗାଉଛନ୍ତି ସରକାର। କିନ୍ତୁ ଜଣେ ସିଆରସିସି ପିଲାମାନଙ୍କ ବହିକୁ କବାଡ଼ିଆକୁ ବିକ୍ରି କରୁଥିବା ବେଳେ ଗ୍ରାମବାସୀ ତାଙ୍କୁ ଅଟକ ରଖିଲେ। ଆଉ ପରେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଖବର ଦେଇଥିଲେ । ଆଉ ସମ୍ପୃକ୍ତ ସିଆରସିସି ଜଣକ ଧରା ପଡିବା ପରେ ନିଜକୁ ବଞ୍ଚାଇବା ପାଇଁ କାନ ଧରି ବସଉଠ ହେବାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି ।

ସୂଚନା ଅନୁଯାୟୀ ବୋଲଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଦେଉଳି କ୍ଲସ୍ଟର ସିଆରସିସି ଥିବା ମନମୋହନ ମିଶ୍ର ଦେଉଳି ସ୍ଥିତ ସତମାର୍ଗ ମଧ୍ୟ ଇଂରାଜୀ ବିଦ୍ୟାଳୟ ଠାରେ ଚଳିତବର୍ଷ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଆସିଥିବା ପଢ଼ା ବହିକୁ କବାଡି ଵାଲାକୁ ବିକ୍ରି କରୁଥିଲେ । ଆଉ ଏତିକିବେଳେ ଗ୍ରାମବାସୀ ସିଆରସିସି ପିଲାଙ୍କ ବହି ବିକୁଥିବା ଜାଣିପାରି ତାଙ୍କୁ ଅଟକ ରଖିଥିଲେ । ଘଟାଣାସ୍ଥଳରେ ଗ୍ରାମବାସୀ ଓ ବୋଲଗଡ଼ ବ୍ଲକ ଉପାଧ୍ୟକ୍ଷ ପହଂଚିବା ପରେ ସମସ୍ତଙ୍କୁ ଭୁଲ ମାଗି କାନ ଧରି ବସଉଠ ମଧ୍ୟ ହେଲେ ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଗ୍ରାମବାସୀ ସିଆରସିସିଙ୍କ କାରନାମା ବ୍ଲକ ଗୋଷ୍ଠି ଶିକ୍ଷା ଅଧିକାରୀଙ୍କୁ ଜଣାଇଲେ ଓ ସଂଗେ ସଂଗେ ଘଟାନସ୍ଥଳକୁ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ସିଧେସ୍ୱର ସାହୁ ଓ କୈଳାସ ନାଥ ସ୍ୱାଇଁ ପହଞ୍ଚି ତଦନ୍ତ କରିଥିଲେ ଓ ବହି କିଣିବାକୁ ଆସିଥିବା କବାଡିଆକୁ ମଧ୍ୟ ପଚାରି ଘଟଣା ସତ୍ୟ ବୋଲି ଜାଣିଥିଲେ । ଯାହାକି ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରଲ ହେଉଛି।

 

Leave A Reply

Your email address will not be published.