କେମିତି ବାହା ହେବେ ମଙ୍ଗୁଳା କନ୍ୟା? ବିବାହ ପୂର୍ବରୁ ଘରେ କଳାକନା ବୁଲାଇଲା ଚୋର

 ଆପଣ ମାନେ ଚୋରକୁ ଧରି ପାରୁନାହାନ୍ତି, ଆସନ୍ତା ମେ ୫ରେ ମୋ ବାହାଘର । ଆମର ବାପା ନାହାନ୍ତି କି ଭାଇ ନାହାନ୍ତି । ଆଉ ଏଇ ଚିନ୍ତାରେ ମୋ ମାଙ୍କ ଦେହ ପୁରା ଅସୁସ୍ଥ। ମତେ ମୋ ପରିଶ୍ରମର ସୁନା, ଟଙ୍କା ହିଁ ଫେରାନ୍ତୁ। ମୁଁ ଆଉ କିଛି ମାଗୁନି । ଏମିତି ଗୁହାରି କରୁଛନ୍ତି ଜୟପୁର ଗଙ୍ଗା ନଗର ଅଞ୍ଚଳର ଏହି ଯୁବତୀ ଜଣକ।

ଜୟପୁର (କେନ୍ୟୁଜ):  ଆପଣ ମାନେ ଚୋରକୁ ଧରି ପାରୁନାହାନ୍ତି, ଆସନ୍ତା ମେ ୫ରେ ମୋ ବାହାଘର । ଆମର ବାପା ନାହାନ୍ତି କି ଭାଇ ନାହାନ୍ତି । ଆଉ ଏଇ ଚିନ୍ତାରେ ମୋ ମାଙ୍କ ଦେହ ପୁରା ଅସୁସ୍ଥ। ମତେ ମୋ ପରିଶ୍ରମର ସୁନା, ଟଙ୍କା ହିଁ ଫେରାନ୍ତୁ। ମୁଁ ଆଉ କିଛି ମାଗୁନି । ଏମିତି ଗୁହାରି କରୁଛନ୍ତି ଜୟପୁର ଗଙ୍ଗା ନଗର ଅଞ୍ଚଳର ଏହି ଯୁବତୀ ଜଣକ।

ବାହାଘରକୁ ମାତ୍ର ଦିନ ଅଛି । କିନ୍ତୁ ଘରେ କଳାକନା ବୁଲାଇଲା ଚୋର। ଗତ ୧୬ତାରିଖର ଘରୁ ହଠାତ୍ ସବୁକିଛି ଚୋରି ହୋଇଗଲା। ପାଖାପାଖି ୧୩ଲକ୍ଷରୁ ଊର୍ଦ୍ଦ୍ବ ଟଙ୍କା ନେଇ ଛୁ ମାରିଥିଲା ଚୋର। ଜୟପୁର ଗଙ୍ଗା ନଗର ଅଞ୍ଚଳର ଏହି ଚୋରି ଘଟଣାରେ ଟାଉନ ପୋଲିସ୍ ସାଇଣ୍ଟଫିକ ଟିମ ଓ ସନ୍ଧାନି କୁକୁର ସହ ତଦନ୍ତ କରୁଛି । କିନ୍ତୁ ସାତଦିନ ପରେ ବି ପୋଲିସର ହାତ ଖାଲି ଥିବାରୁ ଆଜି ଜିଲ୍ଲାପାଳ ଓ ଏସପି ଙ୍କ ନିକଟରେ ଗୁହାରି କରିଛନ୍ତି ଯୁବତୀ ସ୍ୱାତୀ ସିଂ ।

police

ଘଟଣାପରେ ତାଙ୍କ ମାଙ୍କ ଦେହ ଖରାପ ସହ ଆଗକୁ ବାହାଘର କେମିତି ହବ ସେଇ ଚିନ୍ତାରେ ସେ ପୁରା ଭାଙ୍ଗିପଡିଛନ୍ତି। ପୋଲିସ ଉପରେ ଭରସା ଥିଲେ ବି ଚୋରି ସୁନା ଟଙ୍କା ଓ ଚୋରକୁ କେବେ ଧରିବେ ପୋଲିସ ଉତ୍ତର ଦେଉନଥିବା କାନ୍ଦି କାନ୍ଦି କହିଛନ୍ତି। ସେପଟେ ଚୋର ସୁନା ଟଙ୍କା ନେଇ ଦୈଡୁଥିବା ସମୟର ସିସିଟିଭି ଫୁଟେଜ୍ ମଧ୍ଯ ସାମ୍ନାକୁ ଆସିଥିଲା। ଯାହା ଆଧାର କରି ଖୋଦ ଏସପି ଘଟଣାର ମନିଟରିଙ୍ଗ କରୁଥିବା କହିଛନ୍ତି। ଜିଲ୍ଲାପାଳ ଆଉ ଏସପି କହିଛନ୍ତି ଟେକ୍ନିକାଲି ୱେ ରେ ଇନଭେଷ୍ଟିଗେସନ ଚାଲିଛି ।

କାହାର ପୁଷ ମାସ ତ କାହାର ସର୍ବନାଶ। କଷ୍ଟ ଅର୍ଜିତ ଧନ ହରାଇ ଏହି ପରିବାର ଉପରେ ଚଡକ ପଡିଛି, ହେଲେ ଚୋର କିନ୍ତୁ ଏହି ଘଟଣା ଘଟାଇ କୋଉଠି ଲୁଚି ଲୁଚି ମଉଜ କରୁଛି। ତେବେ ଗତ ଏକ ସପ୍ତାହ ମଧ୍ୟରେ ଚାରୋଟି ବଡ ଧରଣର ଚୋରି ଘଟଣା ପରେ ପୋଲିସ ପେଟ୍ରୋଲିଙ୍ଗ ଓ କାର୍ଯ୍ଯକାରିତାକୁ ନେଇ ପ୍ରଶ୍ନ ଉଠିଛି।

Leave A Reply

Your email address will not be published.