Below header

ପରକୀୟା ପ୍ରୀତିରୁ ଯୁବକଙ୍କୁ ପିଟି ପିଟି ହତ୍ୟା, ବାପ ପୁଅ ଗିରଫ

ଅନୈତିକ ସମ୍ପର୍କକୁ କେନ୍ଦ୍ର କରି ଜନୈକ ଯୁବକଙ୍କୁ ପିଟିପିଟି ହତ୍ୟା । ବାପ ପୁଅ ଗିରଫ। ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ତଥା ବେତନଟୀ ଥାନା ଅଧିନ ଭାଲିଆ ପଞ୍ଚାୟତର କେନ୍ଦୁଛାଟିଆ ଗ୍ରାମରେ ।

ମୟୂରଭଞ୍ଜ (କେନ୍ୟୁଜ): ଅନୈତିକ ସମ୍ପର୍କକୁ କେନ୍ଦ୍ର କରି ଜନୈକ ଯୁବକଙ୍କୁ ପିଟିପିଟି ହତ୍ୟା । ବାପ ପୁଅ ଗିରଫ। ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ତଥା ବେତନଟୀ ଥାନା ଅଧିନ ଭାଲିଆ ପଞ୍ଚାୟତର କେନ୍ଦୁଛାଟିଆ ଗ୍ରାମରେ । ଏହି ଗ୍ରାମରେ ଜାସାୟ ଟୁଡୁ ଏବଂ ତାଙ୍କ ପୁଅ ବାପୁନ(ମଧୁ) ଟୁଡୁ ଜନୈକ ଯୁବକଙ୍କୁ ଏକ ଗଛରେ ବାନ୍ଧି ରଖି ରାତିତମାମ କାଠ ଫାଳିଆ ଏବଂ ବାଉଁଶ ବାଡ଼ିରେ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ହେଉଛନ୍ତି ଗଣ୍ଡିଗୋଧା ଗ୍ରାମର ସୁନାରାମ ଟୁଡୁ।

ସୂଚନା ଅନୁସାରେ ଗତ ସୋମବାର ଉକ୍ତ ଗ୍ରାମରେ ଜାହୀରା ପୂଜା ଚାଲିଥିଲା ଏବଂ ପୂଜା ପରେ ପାରମ୍ପରିକ ନୃତ୍ୟ ଚାଲିଥିଲା । ଏହି ସମୟରେ ସୁରେଇଡ଼ିହି ପଞ୍ଚାୟତର ସୁନାରାମ ଜାସାୟଙ୍କ ସ୍ତ୍ରୀ ସହିତ ନାଚ ଚାଲିଥିବା ସ୍ଥାନରୁ କେଉଁଆଡ଼େ ଚାଲିଯାଇଥିଲେ । ତେବେ ଜାସାୟଙ୍କୁ ସନ୍ଦେହ ହେବାରୁ ନିକଟସ୍ଥ ଏକ ନିଛାଟିଆ ସ୍ଥାନରେ ଥିବା ଘରକୁ ଯାଇ ଦେଖିଲା ବେଳକୁ ଦୁହେଁ ଅନୈତିକ କାର୍ଯ୍ଯରେ ଲିପ୍ତ ରହିଛନ୍ତି । ଏହା ଦେଖି ଜାସାୟ ଏବଂ ତାଙ୍କ ପୁଅ ମଧୁ ସୁନାରାମଙ୍କୁ ଧରିଆଣି ଘରପାଖ ଏକ ଜାଲାହି ଗଛରେ ଏକ ଦଉଡିରେ ବାନ୍ଧି ରଖି ରାତିତମାମ କାଠ ଫାଳିଆ ଏବଂ ବାଉଁଶ ବାଡ଼ିରେ ନିସ୍ତୁକ ପିଟିପିଟି ଜୀବନରୁ ମାରିଦେଇଥିଲେ ।

ସେପଟେ ମଙ୍ଗଳବାର ସକାଳୁ ଗ୍ରାମବାସୀମାନେ ଘଟଣା ସମ୍ପର୍କରେ ଜାଣିବା ପରେ ବାପ ଓ ପୁଅକୁ ଗଛରେ ବାନ୍ଧି ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ବାପ ଓ ପୁଅକୁ ଅଟକ ରଖିଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.