Below header

ଇଞ୍ଜିନିୟର ଦରମା ଠାରୁ ୟୁଟ୍ଯୁବରେ ଦୁଇ ଗୁଣା ରୋଜଗାର କରୁଛନ୍ତି ଏହି ଯୁବକ

ଚାଳ ଘର। ବାଡିପଟେ ବିଲରେ ଗୋଟିଏ ମୋବାଇଲ ଧରି କିପରି ସଟ୍ ଭିଡିଓ ତିଆରି କରୁଛନ୍ତି ଏହି ଭିଡିଓ। ଏବେ ଏହା ତାଙ୍କ ପାଇଁ ଏକ ରୋଜଗାରର ମାଧ୍ୟମ ପାଲଟିଛି। କେନ୍ଦ୍ରାପଡା ହରିଡ଼ାଦଣ୍ଡା ଗାଆଁର ଇଞ୍ଜିନିୟର ସ୍ମୃତି ରଂଜନ ସାମଲ।

କେନ୍ଦ୍ରାପଡା (କେନ୍ୟୁଜ):  ଆଜିକାଲି ସୋସିଆଲ୍ ମିଡିଆରେ ନିଜକୁ ପପୁଲାର କରିବା ନିଶା ସଭିଙ୍କୁ ଘାରିଛି। କହିବାକୁ ଗଲେ ଏବେ ମୁଖ୍ଯତଃ ସାମାଜିକ ମିଡିଆ ମାଧ୍ୟମରେ ଛୋଟ ଛୋଟ ଭିଡିଓ କରି ଲୋକଙ୍କୁ ହସାଇବା, ଗୀତ ଗାଇବା, ନାଚିବା ଏକ କଳା ପାଲଟି ଗଲାଣି। ଖାଲି ସେତିକି ନୁହେଁ ଛୁଆଠୁ ବୁଢା ସମସ୍ତଙ୍କର ୟୁଟ୍ଯୁବର୍‌ ହେବା ନିଶା ଦିନକୁ ଦିନ ବଢ଼ି ଚାଲିଲାଣି। ତେବେ ଏମିତି ଜଣେ ଯୁବକ ଯିଏ ଗାଁରେ ରହି ଗାଆଁ ପରିବେଶରେ ନିଜକୁ ପରିଚିତ କରାଇପାରିଛନ୍ତି।

ଚାଳ ଘର। ବାଡିପଟେ ବିଲରେ ଗୋଟିଏ ମୋବାଇଲ ଧରି କିପରି ସଟ୍ ଭିଡିଓ ତିଆରି କରୁଛନ୍ତି ଏହି ଭିଡିଓ। ଏବେ ଏହା ତାଙ୍କ ପାଇଁ ଏକ ରୋଜଗାରର ମାଧ୍ୟମ ପାଲଟିଛି। କେନ୍ଦ୍ରାପଡା ହରିଡ଼ାଦଣ୍ଡା ଗାଆଁର ଇଞ୍ଜିନିୟର ସ୍ମୃତି ରଂଜନ ସାମଲ। ବାପା ,ରମେଶ ଚନ୍ଦ୍ର ସାମଲ, ଜଣେ ଚାଷୀ। ରମେଶ ଚନ୍ଦ୍ରଙ୍କର ଦୁଇ ପୁଅ ଗୋଟିଏ ଝିଅ। ସେମାନଙ୍କ ଭିତରୁ ସ୍ମୃତି ରଂଜନ ଯିଏ ଏବେ ସ୍ଥାନୀୟ ଅଞ୍ଚଳରେ ୟୁଟ୍ଯୁବର ଭାବେ ସେ ବେଶ୍ ପରିଚିତ। ଇଞ୍ଜିନିୟର ଭାବେ ଚାକିରି କରି ଯାହା ରୋଜଗାର କରୁଥିଲେ, ଏବେ ତାଠାରୁ ଢେର୍‌ ଅଧିକ ରୋଜଗାର କରୁଛନ୍ତି। ଛୋଟ ଛୋଟ ଭିଡିଓ ତିଆରି କରି ଲୋକଙ୍କ ମନ ଜିତୁଛନ୍ତି।

ଗୁଜୁରାଟରେ ଏକ କମ୍ପାନୀରେ ସେ ଇଞ୍ଜିନିୟର ଭାବେ ଚାକିରି କରିଥିଲେ। କମ୍ପାନୀରେ ଏକ ଦୁର୍ଘଟଣା ହେବାରୁ ସେ ଛ ମାସ ମେଡିକାଲରେ ମୃତ୍ଯୁ ସହ ଲଢ଼େଇ କରିଲେ। ତାପରେ ସୁସ୍ଥ ହୋଇଗଲେ ସନା କିନ୍ତୁ ଆଗଭଳି ଆଉ କିଛି ନଥିଲା। ଘରେ ଆସି ପଙ୍ଗୁ ହୋଇ ତାଙ୍କୁ ବସିବାକୁ ପଡିଲା। ତେବେ ଏହି ସମୟରେ ସେ ଭାଙ୍ଗିନଯାଇ ଚିନ୍ତା କଲେ ଗାଆଁରେ ଥିବା ଚାଳ ଘରେ ସଟ ଭିଡିଓ କରିବେ ଆଉ ୟୁଟ୍ଯୁବରେ ଛାଡ଼ିବେ। ସେୟା ହିଁ କଲେ। ଧିରେ ଧିରେ ତାଙ୍କ ଭିଡିଓ ଲୋକେ ଦେଖିବା ଆରମ୍ଭ କଲେ। ଦୁଇଜଣ ସ୍କୁଲ ପିଲାଙ୍କୁ ନେଇ ନିଜେ କେତେ ବେଳେ ସାର୍‌ ଓ ଭାଇ ରୋଲ କରି ଭିଡିଓ କରିଛନ୍ତି,ତ କେତେବେଳେ ଆଉ କିଛି। ତେବେ ଏହି ଭିଡିଓ ସବୁ ତାଙ୍କୁ ପରିଚୟ ଦେବା ସହ, ଭଲ ରୋଜଗାର ବି ଦେଉଛି। ଦୁଇ ସହଯୋଗୀ କଳାକାରଙ୍କର ସ୍କୁଲ ଖର୍ଚ୍ଚ ମଧ୍ଯ ସେ ବହନ କରୁଛନ୍ତି।

ସତ ପରିଶ୍ରମର ଫଳ ସବୁବେଳେ ମିଠା। ଜଣେ ଯେକୌଣସି କାମକୁ ମନ ପ୍ରାଣ ଦେଇ କରିଥାଏ ସେହି କାର୍ଯ୍ଯରେ ସେ ସଫଳତା ପାଇବାଟା ନିଶ୍ଚିତ। ଯାହା ପ୍ରମାଣ କରି ଦେଖାଇଛନ୍ତି ସ୍ମୃତି ରଂଜନ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.