ବିବାହ ବେଦୀରେ ଏସିଡ୍‌ ମାଡ଼ ଘଟଣାର ନୂଆ ଖୁଲାସା, ଧୋକା ଖାଇବାରୁ ପ୍ରେମିକା ନେଇଥିଲା ପ୍ରତିଶୋଧ

ପ୍ରେମରେ ଧୋକା ଖାଇବାରୁ ପ୍ରେମିକା ନେଲା ପ୍ରତିଶୋଧ । ବିବାହ ବେଦୀରେ ବର ଓ କନ୍ୟା ଉପରେ ପ୍ରେମିକା ନିଜେ କରିଥିଲା ଏସିଡ୍‌ ଆଟାକ। ଏଭଳି ଘଟଣା ଘଟିଛି ଛତିଶଗଡ଼ ବସ୍ତର ଜିଲ୍ଲା ଅନ୍ତର୍ଗତ ଭାନପୁରୀର ଆମାବାଲ ଗାଁରେ।

ଉମରକୋଟ (କେନ୍ୟୁଜ): ଖଳନାୟିକା ପ୍ରେମିକା। ପ୍ରେମରେ ଧୋକା ଖାଇବାରୁ ପ୍ରେମିକା ନେଲା ପ୍ରତିଶୋଧ । ବିବାହ ବେଦୀରେ ଏସିଡ୍‌ ମାଡ଼ ଘଟଣାର ନୂଆ ଖୁଲାସା । ବର ଓ କନ୍ୟା ଉପରେ ନିଜେ କରିଥିଲା ଏସିଡ୍‌ ଆଟାକ। ପ୍ରେମିକ ବିବାହର ପ୍ରତିଶ୍ରୁତି ଦେଇ ଅନ୍ୟ ଜଣଙ୍କୁ ବିବାହ କରୁଥିଲେ । ଏହା ସହି ନପାରି ନିଜେ ଏସିଡ୍‌ ଆଟାକ୍‌ କରିଥିବା ସ୍ୱୀକାର କରିଛନ୍ତି ପ୍ରେମିକା ।

ଗତ ୧୯ ତାରିଖ ଦିନ ଛତିଶଗଡ଼ ବସ୍ତର ଜିଲ୍ଲା ଅନ୍ତର୍ଗତ ଭାନପୁରୀର ଆମାବାଲ ଗାଁରେ ଏକ ବିବାହ ବେଦୀରେ ଏସିଡ୍‌ ଆଟାକ୍‌ ହୋଇଥିଲା । ଏଥିରେ ବର କନ୍ୟା ସମେତ ୧୨ ଜଣ ଲୋକ ଆହତ ହୋଇଥିଲେ । ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ସୂଚନା ଅନୁଯାୟୀ, ସୁଧାପାଲ ଗ୍ରାମର ଡମରୁଧର ବଘେଲଙ୍କ ସହ ଯୁବତୀ ୭ବର୍ଷ ହେବ ପ୍ରେମ ସମ୍ପର୍କରେ ଥିଲେ । ହଠାତ୍‌ ଯୁବକ ଜଣକ ଅନ୍ୟତ୍ର ବିବାହ କରିବା ଜାଣିବାକୁ ପାଇ ସେ ରାଗରେ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି । ଏସିଡ୍‌ ଆଟାକ୍‌ ପରେ ପୋଲିସ ଅଭିଯୁକ୍ତକୁ ଧରିବାକୁ ଏକ ୧୦ଜଣିଆ ଟିମ୍‌ ଗଠନ କରି ତଦନ୍ତ ଆରମ୍ଭ କରିଥିଲା । ଡମରୁଧରଙ୍କ ସହ ଯୁବତୀଙ୍କ ପ୍ରେମ ସମ୍ପର୍କକୁ ନେଇ ପୋଲିସ କୌଣସି ସୂତ୍ରରୁ ସୂଚନା ପାଇବା ପରେ ଅଭିଯୁକ୍ତ ଯୁବତୀଙ୍କୁ ଅଟକ ରଖି ପଚରା ଉଚରା କରିଥିଲା । ଆଉ ନିଜ ଅପରାଧ ସ୍ୱୀକାର କରିଥିଲେ ଯୁବତୀ ଜଣକ । ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.