Below header

ଗୋବିନ୍ଦ ଆତ୍ମହତ୍ୟା ଘଟଣା: ଜେଲରୁ ମୁଲାକାତ ରେଜିଷ୍ଟର ଜବତ, ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଦ୍ୱାରା ତଦନ୍ତ ପାଇଁ ଅନୁରୋଧ

ବଲାଙ୍ଗିର(କେନ୍ୟୁଜ୍): ଗୋବିନ୍ଦ ସାହୁ ଆତ୍ମହତ୍ୟା ପଛର ଖିଅ ଖୋଜୁଛି କ୍ରାଇମବ୍ରାଞ୍ଚ । କଣ୍ଟାବାଞ୍ଜି ଜେଲରେ କ୍ରାଇମବ୍ରାଞ୍ଚ ଟିମ୍‌ର ତନାଘନା । ଜେଲରୁ ମୁଲାକାତ ରେଜିଷ୍ଟରକୁ ଜବତ କରିଛି ଟିମ୍‌ । ଗୋବିନ୍ଦଙ୍କଠାରୁ ମିଳିଥିବା ଲଫାପା ବାବଦରେ ଖୋଳତାଡ କରୁଛି ତଦନ୍ତକାରୀ ସଂସ୍ଥା । ଏପଟେ ଗୋବିନ୍ଦ ମୃତ୍ୟୁର ଖୁବଶୀଘ୍ର ଜୁଡିସିଆଲ୍‌ ତଦନ୍ତ ନେଇ ପ୍ରକ୍ରିୟା ଆରମ୍ଭ ହେବ । ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଦ୍ୱାରା ତଦନ୍ତ ପାଇଁ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି ଜେଲ୍‌ ଡିଆଇଜି ।

ଜାତୀୟ ମାନବାଧିକାର କମିଶନଙ୍କ ଗାଇଡଲାଇନ୍‌ ଅନୁଯାୟୀ ତଦନ୍ତ କରି ରିପୋର୍ଟ ଦେବାକୁ କୁହାଯାଇଛି । ପୋଷ୍ଟମର୍ଟମ, ଭିସେରାକୁ ଅନୁଧ୍ୟାନ କରି ଶୀଘ୍ର ରିପୋର୍ଟ ଦେବାକୁ ଅନୁରୋଧ କରାଯାଇଛି । ବଲାଙ୍ଗିର ଜିଲ୍ଳାପାଳ ଜେଲ ବିଭାଗର ଚିଠି ପାଇବା ପରେ ଘଟଣାର ସଠିକ ତଦନ୍ତ ହୋଇଛି ନା ନାହିଁ, ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ଶବ ବ୍ୟବଚ୍ଛେଦ ହୋଇଛି ନା ନାହିଁ ତଦାରଖ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.