Below header

କେନ୍ଦ୍ରମନ୍ତ୍ରୀ କୌଶଲ କିଶୋରଙ୍କ ଇମୋସନାଲ ଅପିଲ: କହିଲେ ଜଣେ ମଦୁଆ ଅଫିସର ଅପେକ୍ଷା ଜଣେ ରିକ୍ସା ଚାଳକ ବା ଶ୍ରମିକ ଜ୍ୱାଇଁ ଢେର ଭଲ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ କୌଶଲ କିଶୋରଙ୍କ ଇମୋସନାଲ ଅପିଲ । ଝିଅଙ୍କୁ ମଦୁଆଙ୍କ ସହ ବାହା ଦିଅନି । ଜଣେ ମଦୁଆ ଅଫିସର ଅପେକ୍ଷା ଜଣେ ରିକ୍ସା ଚାଳକ ବା ଶ୍ରମିକ ଜ୍ୱାଇଁ ଢେର ଭଲ । ନିଶା ନିବାରଣ ପାଇଁ ଏକ କାର୍ଯ୍ୟକ୍ରମରେ ଭାଷଣ ଦେବା ସମୟରେ ଏପରି କହିଛନ୍ତି କେନ୍ଦ୍ରମନ୍ତ୍ରୀ କୌଶଲ କିଶୋର । ଜଣେ ମଦୁଆର ଜୀବନ କାଳ ବହୁତ କମ । ମୁଁ ସାଂସଦ ଓ ମୋ ପତ୍ନୀ ବିଧାୟକ ଥିବା ବେଳେ ଆମେ ଆମ ପୁଅକୁ ବଞ୍ଚାଇ ପାରିଲୁନି।

ସେତେବେଳେ ଜଣେ ସାଧାରଣ ଲୋକ କଥା କ’ଣ କହିବା ? କୌଶଲ କୁମାରଙ୍କ ପୁଅ ଆକାଶ କିଶୋର ସାଙ୍ଗ ମେଳରେ ମଦ ପିଇବା ଆରମ୍ଭ କରିଥିଲେ । ତାଙ୍କୁ ଏକ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ବିବାହ ପରେ ସେ ପୁଣି ମଦ ପିଇବା ଆରମ୍ଭ କରି ଦେଇଥିଲେ। ସେ ମଦ ହିଁ ତାଙ୍କ ଜୀବନ ନେଇଗଲା। ଆକାଶଙ୍କ ପୁଅକୁ ଦୁଇ ବର୍ଷ ହୋଇଥିବ ।ବେଳେ ସେ ଚାଲିଗଲେ । ଆମ ବୋହୂ ଅଳ୍ପ ବୟସରେ ବିଧବା ହୋଇଗଲା ବୋଲି କୋହ ଭରା କଣ୍ଠରେ କହିଛନ୍ତି କୌଶଲ କିଶୋର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.