ତୁଳସୀ ଗଛକୁ ପ୍ରତିଦିନ ପୂଜା କଲେ ମିଳିଥାଏ ଅନେକ ପୂଣ୍ୟ, କୋଟି ପାପ କ୍ଷୟ ହୋଇ ବ୍ୟକ୍ତିକୁ ମିଳିଥାଏ ଅଜସ୍ର ସୁଖ

ସବୁ ହିନ୍ଦୁ ଘରେ ବୃନ୍ଦାବତୀ ମାନେ ତୁଳସୀ ଗଛକୁ ପୂଜା କରାଯାଏ। କେହି ନିଜ ଘର ଅଗଣାରେ ତୁଳସୀ ଚଉଁରା ରଖି ଥାଆନ୍ତି ତ ଆଉ କେହି ଘରର ଛାତ ଉପରେ। ତେବେ କ’ଣ ଆପଣ ଜାଣନ୍ତି କି, ତୁଳସୀ ଭବିଷ୍ୟତରେ ହେବାକୁ ଥିବା ଘଟଣାଗୁଡ଼ିକର ବି ସଙ୍କେତ ଦେଇଥାଏ? ଯଦି ଆପଣଙ୍କ ଘରେ ତୁଳସୀ ଗଛ ବାରମ୍ବାର ଶୁଖି ଯାଉଥାଏ, ତ ଏହା ଏକପ୍ରକାର ସଙ୍କେତ ହୋଇପାରେ ଯେ ଆପଣଙ୍କ ଘର ଉପରକୁ କୌଣସି ବିପଦ ମାଡ଼ି ଆସୁଛି। ଆଜି ଆମେ ଆପଣଙ୍କୁ କହିବୁ ତୁଳସୀ ଗଛ ବାରମ୍ବାର ଶୁଖୁଥିଲେ ଏହା ପଛର କାରଣ କ’ଣ ହୋଇପାରେ।

ଆମେ ଆଜି ଆପଣଙ୍କୁ କହିବୁ କି ଆପଣ କିଭଳି ଭାବେ ମା ତୁଳସୀଙ୍କର ପୂଜା କରିବା ଦ୍ଵାରା ଲାଭ ବାନ ହୋଇପାରିବେ । ଆପଣମାନେ ଅନେକ ଲୋକଙ୍କ ଘରେ ଦେଖିଥିବେ କି ସେମାନେ ନିଜ ତୁଳସୀ ଗଛ କୁ ସଠିକ ଭାବେ ଯତ୍ନ କରି ନଥାନ୍ତି । କିନ୍ତୁ ଦେଖିବା ପାଇଁ ଗଲେ ତୁଳସୀ ଗଛ କୁ ଧାର୍ମିକ ମତରେ ଅଧିକ ମାନ୍ୟତା ମିଳିଛି ।

ପ୍ରାଚୀନ ସମୟରୁ ଆମ ପୂର୍ବଜ ମାନେ ତୁଳସୀ ଗଛକୁ ପୂଜା କରି ଆସୁଛନ୍ତି । ଆମ ହିନ୍ଦୁ ଶାସ୍ତ୍ରରେ ତୁଳସୀ ଗଛକୁ ବହୁତ ପବିତ୍ର ମନାଯାଏ।। ତେବେ ତୁଳସୀ ଗଛରେ ସବୁ ପ୍ରକାର ଦେବୀ ଦେବତାଙ୍କ ବାସ ରହିଥାଏ ବୋଲି ବିଶ୍ୱାସ ରହିଛି। ଶାସ୍ତ୍ର ଅନୁଯାଇ ସବୁ ହିନ୍ଦୁ ମାନଙ୍କ ଘରେ ତୁଳସୀ ରହିବା ବହୁତ ଜରୁରୀ। ପ୍ରତିଦିନ ତୁଳସୀ ଗଛକୁ ପୂଜା କବା ଦ୍ୱାରା ଆପଣଙ୍କ ଘର ଉପରେ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କ କୃପା ରହିଥାଏ।

ଯଦି ଆପଣ ଚାହାଁନ୍ତି କି ଆପଣଙ୍କ ସମସ୍ୟା ଦୂର ହୋଇ ଯାଉ ତେବେ ଆପଣ ନିଶ୍ଚିତ ଭାବେ ତୁଳସୀ ଗଛକୁ ନିଜ ଘର ଅଗଣାରେ ରଖନ୍ତୁ । ଏହାକୁ ଯତ୍ନ ଓ ପୂଜା କରନ୍ତୁ ଯେଭଳି ଭାବେ ଆମେ ପୂଜା ଘରେ ମା ଲକ୍ଷ୍ମୀ ଙ୍କର ପୂଜା କରୁଛେ । ଭଗବାନ ବିଷ୍ଣୁ ଙ୍କର ଅତି ପ୍ରିୟ ଅଟେ ଏହି ଗଛ । ଏହାର ପତ୍ର ଯଦି ଆପଣ ସବୁ ଦିନ ଜଗନ୍ନାଥଙ୍କୁ ଦେବେ ସେ ଖୁବ ଖୁସି ହୋଇଥାନ୍ତି।

ଏବେ ଜାଣନ୍ତୁ ତୁଳସୀ ପୂଜା କଲେ କେଉଁ ସବୁ ଲାଭ ମିଳେ:

-ତୁଳସୀ ଗଛ ନିକଟରେ ଯେଉଁ ସବୁ ମନ୍ତ୍ର ସ୍ତୋତ୍ର ଆଦିର ଜପ ପାଠ କରନ୍ତି ତାହା ଅନନ୍ତ ଗୁଣର ଫଳ ଦେଇଥାଏ।
-ପ୍ରେତ, ପିଶାଚ, ବ୍ରହ୍ମରାକ୍ଷସ, ଭୂତ, ଦୈତ୍ୟ ଆଦି ତୁଳସୀ ଗଛ ପାଖକୁ ଆସନ୍ତି ନାହିଁ।
-ତୁଳସୀ ପୂଜନ କଲେ ପାପ କ୍ଷୟ ହୋଇ ସ୍ୱର୍ଗ ଏବଂ ମୋକ୍ଷ ପ୍ରଦାନ କରିଥାଏ।
-ଶ୍ରାଦ୍ଧ ଓ ଯଜ୍ଞ ଆଦି କାର୍ଯ୍ୟରେ ତୁଳସୀର ଗୋଟିଏ ପତ୍ର ବି ପୁଣ୍ୟ ଫଳ ଦେଇଥାଏ।
-ଯେଉଁମାନଙ୍କ କେଶରେ ତୁଳସୀ ରଖି ପ୍ରାଣତ୍ୟାଗ ହୋଇଥାଏ ସେମାନେ ପାପରାଶିରୁ ମୁକ୍ତ ହୋଇଥାନ୍ତି।
-ଏହାର ପତ୍ରରୁ ଝରୁଥିବା ପାଣି ମୁଣ୍ଡ ଉପରେ ଛିଞ୍ଚିଲେ ଗଙ୍ଗାସ୍ନାନ ପରି ଫଳ ଦେଇଥାଏ।
-ଘରେ ସୁଖଶାନ୍ତି ପାଇଁ ଆପଣ ପ୍ରତିିଦିନ ତୁଳସୀ ଗଛକୁ ପୂଜା କରନ୍ତୁ। ଏହାସହ ଆପଣ ପ୍ରତିଦିନ ଗଛରେ ପାଣି ଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.