ପ୍ରେମିକାକୁ ନିର୍ଦ୍ଦୟ ହୋଇ ପ୍ରେମିକ ପିଟିବା ଘଟଣା: ପ୍ରେମିକର ଘରକୁ ବୁଲଡୋଜର ଲଗାଇ ଭାଙ୍ଗିଲା ପ୍ରଶାସନ, ରଦ୍ଦ କଲା ଡ୍ରାଇଭିଂ ଲାଇସେନ୍ସ

ମଧ୍ୟପ୍ରଦେଶର ରିଓ୍ଵା ଜିଲ୍ଲାରେ ପ୍ରେମିକା ବିବାହ କରିବାକୁ କହିବାରୁ ପ୍ରେମିକ ଜଣକ ଅତି ନିର୍ଦ୍ଦୟ ଭାବେ ମାଡ ମାରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା । ୨୪ ବର୍ଷୀୟ ପ୍ରେମିକକୁ ପ୍ରେମିକା ବିବାହ କରିବାକୁ କହିବାରୁ ରାସ୍ତାରେ ଏଭଳି ବ୍ୟବହାର କରିଥିଲା ପ୍ରେମିକ। ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ଏବେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରେମିକର ଘରକୁ ଭାଙ୍ଗିଦିଆଯାଇଛି ।

ପୋଲିସ କହିଛି ଯେ, ଅଭିଯୁକ୍ତକୁ ଉତ୍ତରପ୍ରଦେଶର ମିର୍ଜାପୁରରୁ ଗିରଫ କରାଯାଇଛି । ଅନ୍ୟପଟେ ଅଭିଯୁକ୍ତର ଘର ଭାଙ୍ଗିବା ପାଇଁ ଜିଲ୍ଲା ପ୍ରଶାସନ ଆଜି ଏକ ବୁଲଡୋଜର ପଠାଇ ଘରଟି ସମ୍ପୂର୍ଣ୍ଣ ନଭାଙ୍ଗିବା ପର୍ଯ୍ୟନ୍ତ ମେସିନ୍ କାମ ଜାରି ରଖିଛି । ଅଭିଯୁକ୍ତ ଜଣକ ଏକ କାର ଚଳାଇ ରୋଜଗାର କରୁଥିଲା । ତେଣୁ ତାର ଲାଇସେନ୍ସ କୁ ରଦ୍ଦ କରାଯାଇଛି । ଏଥିସହ ଅଭିଯୁକ୍ତ ବିରୋଧରେ ଠିକ ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଥିବାରୁ ଜଣେ ସ୍ଥାନୀୟ ପୋଲିସ କର୍ମଚାରୀଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି ।

ଏହି ଭିଡିଓରେ ୧୯ ବର୍ଷୀୟ ଯୁବତୀଙ୍କୁ ୨୪ ବର୍ଷୀୟ ଯୁବକ ପିଟୁଥିବା ଦେଖିବାକୁ ମିଳିଥିଲା। ଯୁବତୀ ଜଣକ ବିବାହ କରିବାକୁ କହିବାରୁ ଯୁବକ ଜଣକ ରାଗି ଯାଇ ଯୁବତୀଙ୍କୁ ଗୋଇଠା ମାରିଥିଲେ। ଏହା ସହିତ ଚାପୁଡା ମଧ୍ୟ ମାରିଥିଲେ । ଯାହାର ଭିଡିଓ ଭାଇରଲ ହେବାରେ ଲାଗିଥିଲା । ଯୁବକଙ୍କ ଧାରା ୧୫୧ ଅଧିନରେ ମାମଲା ଦାୟର କରାଯାଇଛି । କିନ୍ତୁ ଯୁବତୀ ଜଣକ ପ୍ରେମିକଙ୍କ ବିରୋଧରେ କୌଣସି ଅଭିଯୋଗ କରିବାକୁ ମନା କରିଦେଇଥିଲେ । ଭିଡିଓ ଭାଇରଲ ହେବା ପରେ ଧାରା ୩୨୩ ସହିତ ଅନ୍ୟ ଧାରା ଲଗାଯାଇଛି। ୧୯ ବର୍ଷୀୟ ଯୁବତୀଙ୍କ ଭିଡିଓ ସୁଟ୍‌ କରି ଏହାକୁ ସର୍କୁଲେଟ୍‌ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରାଯାଇଛି ।

ମଧ୍ୟପ୍ରଦେଶର ରିଓ୍ଵା ଜିଲ୍ଲାରେ ପ୍ରେମିକା ବିବାହ କରିବାକୁ କହିବାରୁ ନିଧୂର୍ମ ପିଟିଥିଲା ପ୍ରେମିକ। ୨୪ ବର୍ଷୀୟ ପ୍ରେମିକ ପଙ୍କଜ ତ୍ରିପାଠୀଙ୍କୁ ୧୯ ବର୍ଷୀୟ ପ୍ରେମିକା ବିବାହ କରିବାକୁ କହିବାରୁ ପଙ୍କଜ ରାଗିଯାଇ ରାସ୍ତାରେ ଖୁବ ମାଡ ମାରିଥିଲେ। ଏହାର ଭିଡିଓ ପୋଲିସ ହାତରେ ଲାଗିଥିଲା ।

ରିଓ୍ଵାର ମଉଗଞ୍ଜ ଥାନା ଅଞ୍ଚଳରେ ଯୁବତୀ ଜଣକ ନିଜ ପ୍ରେମିକକୁ ବିବାହ କରିବାକୁ ଜିଦି କରୁଥିଲେ । ଏହି କଥାକୁ ବିରୋଧ କରି ପ୍ରେମିକ ଜଣକ ଯୁବତୀଙ୍କୁ ମାଡ ମାରିଥିଲେ । ପ୍ରଥମେ ଚାପୁଡା ମାରିବା ପରେ ତଳେ ଘୋଷାଡି ଗୋଇଠା ମାରିଥିଲେ । ମାରପିଟ୍‌ ସମୟରେ ଯୁବତୀ ଜଣକ ବେହୋସ ହୋଇଯାଇଥିଲେ। ବେହୋସ ହୋଇ ରାସ୍ତା କଡରେ ପଡିଥିଲେ ଯୁବତୀ। ଏହା ପରେ ସ୍ଥାନୀୟ ଲୋକ ପୋଲିସକୁ ସୂଚନା ଦେବା ପରେ ପୋଲିସ ଯୁବତୀଙ୍କ ହସପିଟାଲରେ ଭର୍ତ୍ତି କରିଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.