ଗ୍ୟାଙ୍ଗଷ୍ଟର ଟିଟୋ ଘରେ କ୍ରାଇମବ୍ରାଞ୍ଚ

raidକେନ୍ଦ୍ରାପଡା: ଗ୍ୟାଙ୍ଗଷ୍ଟର ଟିଟୋ ଘରେ କ୍ରାଇମବ୍ରାଞ୍ଚର ଏସଟିଏଫ ଟିମ୍। ଗ୍ୟାଙ୍ଗଷ୍ଟର ଟିଟୋର ଅପରାଧିକ ମାମଲାର ତଦନ୍ତ କରିବ ଟିମ୍। ଏହାସହ ଆର୍ଥିକ କାରବାରର ମଧ୍ୟ ଖୋଳତାଡ କରାଯିବ। ବର୍ତ୍ତମାନ ଟିଟୋର ଦିଲାରପୁର ଘର ସମେତ ୬ଟି ସ୍ଥାନରେ ରେଡ ଚାଲିଛି। ଏସଟିଏଫ ଏସପି ସତ୍ୟଜିତ୍ ନାୟକଙ୍କ ନେତୃତ୍ୱରେ ଚଢାଉ ଚାଲିଛି। ଚଢାଉବେଳେ କିଛି ଅପରାଧିକ ତଥ୍ୟର ପ୍ରମାଣ ମିଳିଛି। ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟଦ ଉସମାନ ଅଲ୍ଲୀକୁ ୫ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ।

titooଟେଣ୍ଡର ଫିକ୍ସିଂ ସମେତ ବିଭିନ୍ନ ମାମଲାରେ ତାକୁ ଜେରା କରାଯାଉଛି। ଟିଟୋର ଅଣ୍ଡରଓ୍ଵାର୍ଲଡ୍ ଲିଙ୍କ୍ ଅଛି କି ନାହିଁ ? ଯଦି ଅଛି, ସେଦିଗରୁ ମଧ୍ୟ ଜେରା କରାଯାଉଥିବା ସୂଚନା ମିଳିଛି। ଶନିବାର ଯାଜପୁର ଜିଲ୍ଲା ଚଣ୍ଡିଖୋଲଠାରେ କ୍ରାଇମବ୍ରାଞ୍ଚ୍ ଏସଟିଏଫର ଏନ୍କାଉଣ୍ଟରରେ ଟିଟୋ ଆହତ ହୋଇଥିଲା। ଟିଟୋର ୬ ଜଣ ସହଯୋଗୀଙ୍କୁ ବି ପୋଲିସ ଗିରଫ କରିଥିଲା। ଟିଟୋ ନାଁରେ ଟେଣ୍ଡର ଫିକ୍ସିଂ, ହତ୍ୟା, ଦାଦାବଟି, ଅପହରଣ ଓ ଗୁଳିକାଣ୍ଡ ଭଳି ୪୦ରୁ ଅଧିକ ସଙ୍ଗିନ ଅଭିଯୋଗ ରହିଛି।

Leave A Reply

Your email address will not be published.