Below header

କ୍ରାଇମବ୍ରାଞ୍ଚ ଏସଟିଏଫ୍‌ର ବାର୍ଷିକ ରିପୋର୍ଟ: ୭୫ ମାମଲାରେ ହୋଇଛନ୍ତି ୧୩୩ ଗିରଫ

ଭୁବନେଶ୍ବର(କେନ୍ୟୁଜ୍):କ୍ରାଇମବ୍ରାଞ୍ଚ ଏସଟିଏଫ୍‌ର ବାର୍ଷିକ ରିପୋର୍ଟ । ଚଳିତ ବର୍ଷ ୭୫ ଟି ମାମଲା ରୁଜୁ କରିଛି ଏସ୍‌ଟିଏଫ୍‌ । ୭୫ ଟି ମାମଲାରେ ୧୩୩ ଜଣଙ୍କୁ ଗିରଫ କରାଯାଇଛି । ଫୋକସରେ ଥିଲା ନିଶା କାରବାର, ବନ୍ୟପ୍ରାଣୀ ସ୍ମଗଲିଂ ସହ ଜାଲନୋଟ କାରବାର । ଚଳିତ ବର୍ଷ ୨୨ କେଜି ବ୍ରାଉନ ସୁଗାର, ୨ ହଜାର ୫୨୪ କେଜି ଗଂଜେଇ, ୨୦୨ ଗ୍ରାମ କୋକେନ, ୫୧୭ ଗ୍ରାମ ଅଫିମ, ୬୫ ଲକ୍ଷ ନଗଦ ଜବତ ହୋଇଛି । ନିଶା ମାଫିଆଙ୍କର ୧୨ କୋଟି ୮୫ ଲକ୍ଷ ଟଙ୍କାର ସମ୍ପତି ଜବତ ବାଜ୍ୟାପ୍ତି କରିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ଏସଟିଏଫ।

ସେହିପରି ୩୮ କ୍ୱିଣ୍ଟାଲ ଗଂଜେଇ ନଷ୍ଟ ହୋଇଛି । ଚଳିତ ବର୍ଷ ସର୍ବାଧିକ ୧୪ କଲରାପତରିଆ ବାଘ ଛାଲ, ଗୋଟିଏ ମହାବଳ ବାଘ ଛାଲ, ୯ଟି ଜୀବନ୍ତ ବଜ୍ରକାପ୍ତା, ୨ କେଜି ବଜ୍ରକାପ୍ତା କାତି, ୧୪ ଟି ହାତୀ ଦାନ୍ତ, ୨ଟି ବାଘ ଦାନ୍ତ, ୨୯ ବାଘ ନଖ ସହ ୪୬ ଜଙ୍ଗଲୀ ଶୁଆ ମାଫିଆଙ୍କଠାରୁ ହୋଇଛି ଜବତ । ଏଥି ସହ ବନ୍ଧୁକ କାରବାର ବେଳେ ୧୪ ଚୋରା ବନ୍ଧୁକ, ୬୦ ଟି ଜୀବନ୍ତ ଗୁଳି ସହ ୮ ମାଗାଜିନ ଜବତ ହୋଇଛି । ୪୭ ଲକ୍ଷ ୪୩ ହଜାର ଟଙ୍କାର ନକଲି ନୋଟ ଜବତ କରିବାରେ ସକ୍ଷମ ହୋଇଛି ଏସଟିଏଫ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.