Below header

ଆଇଏନଏସ ଚିଲିକା ପକ୍ଷରୁ କିଟ୍‌ କ୍ୟାମ୍ପସରେ ଆୟୋଜିତ ହେଲା ନୌସେନା ସପ୍ତାହ ଉତ୍ସବ, ଯୋଗ ଦେଲେ ରାଜ୍ୟପାଳ

ଭୁବନେଶ୍ବର(କେନ୍ୟୁଜ୍):  ଭୁବନେଶ୍ୱର ଦେଖିଲା ନୌସେନା ବ୍ୟାଣ୍ଡର ଜଲଓ୍ଵା। କିଟ୍‌ କ୍ୟାମ୍ପସରେ ଆୟୋଜିତ ହୋଇଛି ନୌସେନା ସପ୍ତାହ ଉତ୍ସବ । ଆଇଏନଏସ ଚିଲିକା ପକ୍ଷରୁ ଆୟୋଜିତ ଉତ୍ସବରେ ମ୍ୟୁଜିକାଲ କଂସଟ ଆୟୋଜିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ସମ୍ମାନୀୟ ଅତିଥି ଭାବେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଯୋଗ ଦେଇଥିଲେ ।

ଭାରତୀୟ ନୌସେନା ବ୍ୟାଣ୍ଡ ମାର୍ଶାଲ ମ୍ୟୁଜିକ, ଦେଶପ୍ରେମ ସଙ୍ଗୀତ, ରଙ୍ଗବତୀ ଭଳି ବିଭିନ୍ନ ବାଦ୍ୟଯନ୍ତ୍ରର ଯାଦୁରେ ଝୁମିଥିଲେ ଉପସ୍ଥିତ ଦର୍ଶକ । ଏହି ଅବସରରେ ନୌସେନାର ଗୀତ ଗାଇଥିଲେ ରାଜ୍ୟପାଳ । କାର୍ଯ୍ୟକ୍ରମରେ ରାଜ୍ୟପାଳ ଏବଂ ଡ.ସାମନ୍ତଙ୍କୁ ନୌସେନା ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.