ସାପ୍ତାହିକ ରାଶିଫଳ: ଜାଣନ୍ତୁ, ମେଷଠୁ ମୀନ ଯାଏଁ କାହାର ଦିନ କେମିତି କଟିବ

ମେଷ : ରବିବାର ଖୁସି ରହିବେ। ସୋମବାର ଦିନ ଘରୁ କେହି ବାହାରକୁ ଯାଉଥିବାରୁ ମନ ଦୁଃଖ ରହିବ। ମଙ୍ଗଳ ଓ ବୁଧବାର ପ୍ରତିଷ୍ଠା ଲାଭ କରିବେ। ଗୁରୁବାର ଭଗବାନଙ୍କୁ ଆରାଧନା କରିବାରେ ମନ ଦେବେ। ଶୁକ୍ର ଓ ଶନିବାର ପରିବାର ସହ ଖୁସିରେ ସମୟ କାଟିବେ।

ବୃଷ : ରବି ଓ ସୋମବାର ପରିବାର ସହ ଭଲରେ ସମୟ ବିତିବ। ଆର୍ଥିକ ଲାଭବାନ ହେବେ। ମଙ୍ଗଳବାର କାମ ବୋଝ ବଢ଼ିବ। ବୁଧ ଓ ଗୁରୁବାର କାର୍ଯ୍ୟସିଦ୍ଧି ହେବ। ଶୁକ୍ରବାର ନୂତନ ନିଯୁକ୍ତି ମିଳିପାରେ। ଶନିବାର ଜଗି ରଖି ଚଳନ୍ତୁ।

ମିଥୁନ : ରବିବାର ଓ ସୋମବାର କାର୍ଯ୍ୟ ବ୍ୟସ୍ତ ରହିବେ। ମଙ୍ଗଳବାର ପ୍ରିୟ ଜନଙ୍କ ସହ ଦୂର ଯାତ୍ରା କରିବେ। ବୁଧବାର ନୂଆ ସମ୍ଭାବନା ଆସିବ। ଗୁରୁବାର ଯାତାୟାତ କରିବେ। ଶୁକ୍ରବାର ଓ ଶନିବାର ପରିବାର ସହ ସମୟ କାଟିବେ। ରବିବାର ନୂଆ କାମ ହାତକୁ ନେବେ।

କର୍କଟ : ରବିବାର ପିଲାଙ୍କ ପାଠପଢ଼ାକୁ ନେଇ ଚିନ୍ତିତ ହେବେ। ସୋମବାର ଓ ମଙ୍ଗଳବାର ବନ୍ଧୁଙ୍କ ସହଯୋଗ ପ୍ରାପ୍ତ ହେବ। ବୁଧବାର ଓ ଗୁରୁବାର ଦୂରଯାତ୍ରା ସ୍ଥଗିତ ରହିବା ଭଲ। ଶୁକ୍ରବାର ଓ ଶନିବାର ସମୟର ସଦୁପଯୋଗ କରିବେ। ମହିଳା ଓ ବିଦ୍ୟାର୍ଥୀ ଯତ୍ନଶୀଳ ହେବେ।

ସିଂହ : ରବିବାର ଓ ସୋମବାର ଉଦ୍ୟମେ କାର୍ଯ୍ୟସିଦ୍ଧି ହେବ। ମଙ୍ଗଳବାର ଓ ବୁଧବାର ଯାତ୍ରାଜନିତ ସମସ୍ୟା ଦେଖାଦେଇପାରେ। ଗୁରୁବାର ଓ ଶୁକ୍ରବାର ପ୍ରଗତିଶୀଳ ହେବେ। ଆୟ ବୃଦ୍ଧି ହେବ। ଶନିବାର ଆଚାର ଓ ବ୍ୟବହାରରେ ସଂଯମୀ ହେବେ। ମହିଳା ଓ ବିଦ୍ୟାର୍ଥୀ ପ୍ରତିକ୍ରିୟାଶୀଳ ହେବେ।

କନ୍ୟା: ରବିବାର କାର୍ଯ୍ୟସିଦ୍ଧି ହେବ। ସୋମବାର ଓ ମଙ୍ଗଳବାର ଆର୍ଥିକ ଉନ୍ନତି ହେବ। ବୁଧବାର ଓ ଗୁରୁବାର ଭାବିଚିନ୍ତି କାର୍ଯ୍ୟ ନ କଲେ ବିପଦରେ ପଡ଼ିପାରନ୍ତି। ଶୁକ୍ରବାର ଓ ଶନିବାର ବ୍ୟବସାୟ ବାଣିଜ୍ୟରେ ଉନ୍ନତି ପରିଲକ୍ଷିତ ହେବ। ମହିଳା ଓ ବିଦ୍ୟାର୍ଥୀ ରକ୍ଷଣଶୀଳ ହେବେ।

ତୁଳା : ରବିବାର ଖୁସିରେ କଟିବ। ସୋମବାର କାର୍ଯ୍ୟ ବ୍ୟସ୍ତ ରହିବେ। ମଙ୍ଗଳବାର ଓ ବୁଧବାର ପରିବାର ସହ ଭଲରେ ସମୟ ବିତିବ। ଗୁରୁବାର ଓ ଶୁକ୍ରବାର ବନ୍ଧୁ ମିଳନ ଯୋଗ ରହିଛି। ଦୂର ସ୍ଥାନକୁ ଯାଇପାରନ୍ତି। ଶନିବାର ଘରକୁ ଅତିଥିଙ୍କ ଆଗମନ ହେବ।

ବିଛା : ରବି, ସୋମ ରାଜନୀତିରେ ସଫଳତା ପାଇବେ। ମଙ୍ଗଳବାର ନୂଆ କାମ ହାତକୁ ନେବେ। ମନ ପ୍ରଫୁଲ୍ଲ ରହିବ। ବୁଧବାର ବିଶ୍ରାମ ନେବେ। ଗୁରୁବାର ଦିନ ଦୂର ଯାତ୍ରା ଯୋଗ ଅଛି। ଶୁକ୍ର ଓ ଶନିବାର ପରିବାର ସହ ଖୁସିରେ ସମୟ କାଟିବେ।

ଧନୁ : ରବିବାର ଧନ ପ୍ରାପ୍ତି ହେବ। ସୋମବାର ପ୍ରବଳ କାର୍ଯ୍ୟ ଚାପରେ ରହିବେ। ମଙ୍ଗଳବାର କାମର ବୋଝ ଟିକେ ହାଲ୍‌କା ହେବ। ବୁଧବାର ଓ ଗୁରୁବାର ଅଫିସରେ କାମ ବୋଝ ବଢ଼ିବ। ଏଥିସହ ଘରେ ମଧ୍ୟ ଅସନ୍ତୋଷ ଦେଖା ଦେଇପାରେ। ଶୁକ୍ରବାର ଓ ଶନିବାର ବାହାରକୁ ଯାତ୍ରା କରିପାରନ୍ତି।

ମକର : ରବି ଓ ସୋମବାର ସରକାରୀ କର୍ମ କ୍ଷେତ୍ରରେ ଆୟ ବୃଦ୍ଧି ପାଇବ । ମଙ୍ଗଳବାର କୈାଣସି ଅସୁବିଧାର ସମ୍ମୁଖିନ ହୋଇ ପାରନ୍ତି। ବୁଧ ଓ ଗୁରୁବାର ପାରିବାରିକ ଜୀବନରେ ଆବଦ୍ଧ ରହିବେ। ଶୁକ୍ରବାର ଚାକିରିରେ ପ୍ରାଧାନ୍ୟ ବୃଦ୍ଧି ପାଇବ। ଶନିବାର ମହିଳା ମାନେ ପୂଜାପୂଜିରେ ମନୋନିବେଶ କରିବେ।

କୁମ୍ଭ : ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ନୂତନ ଯାନବାହନ କିଣିପାରନ୍ତି। ବୁଧବାର ଓ ଗୁରୁବାର ଶତ୍ରୁ ଦ୍ବାରା ପରାସ୍ତ ହେବେ। ଶୁକ୍ରବାର ଓ ଶନିବାର ସମ୍ବର୍ଦ୍ଧିତ ହେବେ। ମହିଳା ଓ ବିଦ୍ୟାର୍ଥୀ ମଧ୍ୟମ ଫଳ ଲାଭ କରିବେ।

ମୀନ : ରବି ଓ ସୋମବାର ପରିବାର ସହ ଭଲରେ ସମୟ ବିତିବ। ଆର୍ଥିକ ଲାଭବାନ ହେବେ।ନୂତନ ବନ୍ଧୁ ଲାଭ କରିବେ। ମଙ୍ଗଳବାର କାମ ବୋଝ ବଢ଼ିବ। ବୁଧ ଓ ଗୁରୁବାର କାର୍ଯ୍ୟସିଦ୍ଧି ହେବ। ଶୁକ୍ରବାର ନୂତନ ନିଯୁକ୍ତି ମିଳିପାରେ। ଶନିବାର ଜଗି ରଖି ଚଳନ୍ତୁ। ଭାବିଚିନ୍ତି କାର୍ଯ୍ୟ କରିବା ଉଚିିତ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.