Below header

ମଡେଲ ସୌମ୍ୟରଞ୍ଜନ ପାଣିଗ୍ରାହୀ ମୃତ୍ୟୁ ମାମଲା: ଆଜି ବାନ୍ଧବୀ ସୋନାଲିକୁ ନେଇ ଜେରା କରିବ କ୍ରାଇମବ୍ରାଞ୍ଚ

ମଡେଲ ସୌମ୍ୟରଞ୍ଜନ ପାଣିଗ୍ରାହୀ ମୃତ୍ୟୁ ମାମଲାରେ ଗତକାଲି ସୌମ୍ୟଙ୍କ ବାପା, ମାଆ ଓ ଉଭଣୀର ବୟାନ ରେକର୍ଡ କରିଥିଲା କ୍ରାଇମବ୍ରାଞ୍ଚ । ଆଜି ଅପରାହ୍ନ ୪ଟା ବେଳେ କ୍ରାଇମବ୍ରାଞ୍ଚରେ ହାଜର ହେବେ ସୌମ୍ୟଙ୍କ ପରିବାର ।

ଭୁବନେଶ୍ୱର (କେନ୍ୟୁଜ): ମଡେଲ ସୌମ୍ୟରଞ୍ଜନ ପାଣିଗ୍ରାହୀ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚର ତନାଘନା ତଦନ୍ତ । ଗତକାଲି ସୌମ୍ୟଙ୍କ ପରିବାର ଲୋକଙ୍କୁ ପଚରାଉଚରା ହୋଇଥିଲା । ଆଜି ସୌମ୍ୟଙ୍କ ବାନ୍ଧବୀ ସୋନାଲି ନନ୍ଦଙ୍କୁ ଜେରା ପାଇଁ ଅନୁଗୁଳରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍‌ । ତାଙ୍କ ପରିବାର ଲୋକଙ୍କୁ ପଚରାଉଚରା କରାଯିବ । ଗତକାଲି ସୌମ୍ୟଙ୍କ ବାପା, ମାଆ ଓ ଉଭଣୀର ବୟାନ ରେକର୍ଡ କରିଥିଲା କ୍ରାଇମବ୍ରାଞ୍ଚ ।

ଆଜି ଅପରାହ୍ନ ୪ଟା ବେଳେ କ୍ରାଇମବ୍ରାଞ୍ଚରେ ହାଜର ହେବେ ସୌମ୍ୟଙ୍କ ପରିବାର । ଅନ୍ୟପଟେ ତଦନ୍ତରେ ସହଯୋଗ ପାଇଁ ମୋବାଇଲ, ଲାପଟପ୍‌ ସିଜ କରିଛି କ୍ରାଇମବ୍ରାଞ୍ଚ । ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଘଟଣାର ତଦନ୍ତ ଚାଲିଛି । ୩ ମାସ ଭିତରେ ତଦନ୍ତ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଗତବର୍ଷ ଜାନୁଆରୀ ୩୦ ତାରିଖରେ ଆତ୍ମହତ୍ୟା କରିଥିଲେ ସୌମ୍ୟରଞ୍ଜନ ପାଣିଗ୍ରାହୀ । ସୌମ୍ୟଙ୍କ ମୃତ୍ୟୁ ପାଇଁ ବାନ୍ଧବୀ ସୋନାଲି ନନ୍ଦଙ୍କୁ ଦାୟୀ କରିଥିଲେ ପରିବାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.