ହଲଦୀ ସେରେମନି ଚାଲିଥିବା ବେଳେ ହାର୍ଟ ଆଟାକ୍ରେ ବର ଭାଇଙ୍କ ମୃତ୍ୟୁ, ଭାଇରାଲ୍ ହେଉଛି ଭିଡିଓ
ବାହାଘର ପୂର୍ବରୁ ଚାଲିଗଲା ବର ଭାଇଙ୍କ ଜୀବନ । ହଲଦୀ ସେରେମନି ଚାଲିଥିବା ବେଳେ ହାର୍ଟ ଆଟାକ୍ରେ ବର ଭାଇଙ୍କ ମୃତ୍ୟୁ । ହାଇଦ୍ରାବାଦ୍ର କଳା ପଥରରେ ଘଟିଛି ଏହି ଦୁଃଖଦ ଘଟଣା । ହଲଦୀ ସେରେମନି ସମୟର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇାରାଲ ହେବାରେ ଲାଗିଛି ।
ହାଇଦ୍ରାବାଦ: ‘ମୃତ୍ୟୁ’ କାହା ପାଇଁ କେତେବେଳେ କେଉଁ ରୂପରେ ଆସିବ, ତାହା କେହି ଜାଣି ନଥାନ୍ତି। ବର୍ତ୍ତମାନ ଜଣେ ବ୍ୟକ୍ତି ଜୀବିତ ଥିବା ବେଳେ ଅଳ୍ପ ସମୟ ପରେ ସେ ବଂଚିଥିବ କି ନାହିଁ, ତାହାର କିଛି ଗ୍ଯାରେଣ୍ଟି ନାହିଁ। ଆଜି ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଯାହାର ଭିଡିଓ ଖୁବ୍ ଭାଇରାଲ୍ ହେଉଛି।
ଆଜ୍ଞା ଘଟଣାଟି ହେଉଛି କି, ବାହାଘର ପୂର୍ବରୁ ଚାଲିଗଲା ବର ଭାଇଙ୍କ ଜୀବନ। ହସ ଖୁସିର ମାହୋଲ ଭିତରେ ହଠାତ୍ ମାଡି ଆସିଲା ଦୁଃଖର କଳା ବାଦଲ। ଏଭଳି ଅଘଟଣ ଘଟିଲା ଯାହାକୁ କେହି କେବେ ସ୍ବପ୍ନରେ ସୁଦ୍ଧା ଭାବିନଥିବେ। ହଲଦୀ ସେରେମନି ଚାଲିଥିବା ବେଳେ ହଠାତ୍ ହାର୍ଟ ଆଟାକ୍ରେ ଚାଲିଗଲା ବରର ଭାଇଙ୍କ ଜୀବନ । ହାଇଦ୍ରାବାଦର କଳା ପଥରରେ ଘଟିଛି ଏହି ଦୁଃଖଦ ଘଟଣା । ହଲଦୀ ସେରେମନି ସମୟର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇାରାଲ ହେବାରେ ଲାଗିଛି ।
ये किस तरह की मौत है? इतना खुशनुमा माहौल, शादी का फंक्शन। फिर अचानक मातम। ऐसा लग रहा एक सेकंड पहले तक मरने वाले को भी कोई अंदाजा नहीं हुआ।
ट्रेंड सा चल रहा है। pic.twitter.com/Xg5vRaXxsT
— Ashish Urmaliya (@TheJournalistIN) February 23, 2023
ବିବାହ ପୂର୍ବରୁ ବରଙ୍କ ଘରେ ହଲଦୀ ସମାରୋହର ଆୟୋଜନ କରାଯାଇଥିଲା । ଭାଇକୁ ହଲଦୀ ଲଗାଇବାକୁ ପ୍ରସ୍ତୁତ ହେଉଥିବା ବେଳେ ବ୍ୟକ୍ତି ଜଣକ ଟଳି ପଡିଥିଲେ । ଗୁରୁତର ଅବସ୍ଥାରେ ସଙ୍ଗେ ସଙ୍ଗେ ତାଙ୍କୁ ମେଡିକାଲ ନିଆଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଛି । ଏହି ଘଟଣା ପରେ ବିବାହ ଉତ୍ସବକୁ ସ୍ଥଗିତ ରଖାଯାଇଛି । ସେପଟେ ଏହି ଘଟଣାରେ ଭିଡିଓ ଭାଇରାଲ ନକରିବାକୁ ଅନୁରୋଧ କରିଛନ୍ତି ପରିବାର ସଦସ୍ୟ ।