ବ୍ୟାଙ୍କ ଅଫ ବରୋଦାରେ ୫୦୦ ପଦବୀ ଖାଲି: ଗ୍ରାଜୁଏଟ୍ କରନ୍ତୁ ଆବେଦନ, ବର୍ଷକୁ ୫ ଲକ୍ଷ ଦରମା
ବ୍ୟାଙ୍କ ଅଫ ବରୋଦାରେ ଆକ୍ୱିଜିସନ ଅଫିସରର ୫୦୦ ପଦବୀ ଖାଲି । ଗ୍ରାଜୁଏସନ କରିଥିଲେ ତୁରନ୍ତ କରନ୍ତୁ ଆବେଦନ। ବର୍ଷକୁ ମିଳିବ ୫ ବର୍ଷ ଦରମା । ଆବେଦନ କରିବାର ଶେଷ ତାରିଖ ୧୪ ମାର୍ଚ୍ଚ ୨୦୨୩ ରହିଛି ।
ସରକାରୀ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସିଖବର । ଆଉ ବ୍ୟାଙ୍କ କ୍ଷେତ୍ର ହୋଇଥଲେ ଯୁବପିଢିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ବ୍ୟାଙ୍କ ଅଫ ବରୋଦାରେ ରୋଜଗାର ପାଇବାର ବଢିଆ ମଉକା । ଏଠାରେ ଆକ୍ୱିଜିସନ ଅଫିସର ପଦବୀରେ ବମ୍ପର ନିଯୁକ୍ତି ହେଉଛି। ପାଖାପାଖି ୫୦୦ ପଦ ଖାଲିପଡିଛି। ଯେଉଁ ପ୍ରାର୍ଥୀ ଏଥିରେ ଆବେଦନ କରିବାର ଯୋଗ୍ୟତା ରଖିଛନ୍ତି, ସେମାନେ ଆବେଦନ କରିପାରିବେ ।
ବ୍ୟାଙ୍କ ଅଫ ବରୋଦାରେ ଆବେଦନ କରିବାର ଶେଷ ତାରିଖ ୧୪ ମାର୍ଚ୍ଚ ୨୦୨୩ ରହିଛି। ଏହି ପ୍ରକ୍ରିୟା ଅଧିନରେ ଅଲ ଇଣ୍ଡିଆ ଆକ୍ୱିଜିସନ ଅଫିସର ପଦବୀରେ ନିଯୁକ୍ତି କରାଯିବ। ଅଧିକ ଜାଣିବା ପାଇଁ ଅଫିସିଆଲ େଓ୍ଵବସାଇଟକୁ ଯାଇ ନୋଟିସ ଚେକ୍ କରିପାରିବେ ।
ପଦବୀ ବିବରଣୀ : ୫୦୦
ଏଜକ୍ୟୁସନ ଅଫିସର
ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୧୪ ମାର୍ଚ୍ଚ ୨୦୨୩ ରହିଛି ।
ଶିକ୍ଷାଗତ ଯୋଗ୍ୟତା : ଏହି ପଦବୀ ପାଇଁ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ୟୁନିଭରସିଟିର ଗ୍ରାଜୁଏଟ୍ ହେବା ଜରୁରୀ । ଏହା ସହିତ ତାଙ୍କ ପାଖରେ ପବ୍ଲିକ ବ୍ୟାଙ୍କ, ବିଦେଶୀ ବ୍ୟାଙ୍କ, ବ୍ୟାଙ୍କିଂ ଫାର୍ମ, ସିକ୍ୟୁରିଟି ଫାର୍ମ ସହିତ କାମ କରିଥିବା ଜରୁରୀ।
ବୟସ ସୀମା : ପ୍ରାର୍ଥୀଙ୍କ ବୟସ ୨୧ ରୁ ୨୮ ବର୍ଷ ହେବା ଜରୁରୀ ।
ଦରମା : ମେଟ୍ରୋ ସିଟିରେ ପୋଷ୍ଟିଂ ହେଲ ବର୍ଷକୁ ୫ ଲକ୍ଷ ଏବଂ ଅନ୍ୟ ସ୍ଥାନରେ ପୋଷ୍ଟିଂ ହେଲେ ବର୍ଷକୁ ୪ ଲକ୍ଷ ଟଙ୍କା ମିଳିବ ।
ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ଅନଲାଇନ ଟେଷ୍ଟ ଏବଂ ସାଇକୋମାଟ୍ରିକ ଟେଷ୍ଟ ପରେ ହେବ ।
ଆବେଦନ ଶୁଳ୍କ : ଏହି ଖାଲି ପଦବୀ ପାଇଁ ଜେନେରାଲ, ଓବିସି ଏବଂ EWS ପ୍ରାର୍ଥୀ ୬୦୦ ଟଙ୍କା ଦେବାକୁ ହେବ। ସେହିପରି ଅନୁସୂଚିତ ଜାତି/ଜନଜାତି, ମହିଳା ପ୍ରାର୍ଥୀ ଏବଂ PWD ପ୍ରାର୍ଥୀ ୧୦୦ ଟଙ୍କା ଶୁଳ୍କ ଦେବେ ।
ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ :