ଜିଆରପି ଠାରୁ ଆଦିତ୍ୟ ଦାସ ମୃତ୍ୟୁ ମାମଲା ନେଇ ତଦନ୍ତ ଜୋରଦାର କରିଛି କ୍ରାଇମବ୍ରାଞ୍ଚ,ବିଦ୍ୟାଶ୍ରୀଙ୍କ ଘରେ ପହଞ୍ଚିଲା ଟିମ୍

କେନ୍ୟୁଜ୍(ବ୍ୟୁରୋ): କାଲିଠାରୁ  ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲାର ବିଧିବଦ୍ଧ ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ।  ଆଜିର ତଦନ୍ତରେ  ବିଦ୍ୟାଶ୍ରୀଙ୍କ ଘରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍। ଆଦିତ୍ୟଙ୍କ ମୃତ୍ୟୁ ମାମଲାରେ ତାଙ୍କୁ ପଚରାଉଚୁରା କରିବ ବୋଲି ଜଣାପଡ଼ିଛି। ଘଟଣା ଦିନ କଣ ଘଟିଥିଲା, ସେନେଇ ତଥ୍ୟ ହାସଲ କରିବ ପୋଲିସ। ଜୁଲାଇ ୭ ସକାଳେ ଲିଙ୍ଗରାଜ ଷ୍ଟେସନ୍‌ ନିକଟରୁ ମିଳିଥିଲା ଆଦିତ୍ୟଙ୍କ ମୃତ ଦେହ। ପରେ ଜବତ ହୋଇଥିଲା ୪ ପୃଷ୍ଠାର ସୁଇସାଇଡ୍‌ ନୋଟ୍‌ ।

ସୁଇସାଇଡନୋଟ୍‌ର ହସ୍ତାକ୍ଷର ଆଦିତ୍ୟଙ୍କର ବୋଲି ଫରେନସିକ ଲ୍ୟାବ ରିପୋର୍ଟ ଦେଇଛିା ଶବବ୍ୟବଚ୍ଛେଦ ରିପୋର୍ଟ ଓ  ତଦନ୍ତ ରିପୋର୍ଟ ବି ଆତ୍ମହତ୍ୟା ଆଡକୁ ଇଙ୍ଗିତ କରୁଛି। ଜୁଲାଇ ୬ତାରିଖ ସନ୍ଧ୍ୟା ୭ରୁ ସାଢ଼େ ୯ଟା ପଯ୍ୟର୍ନ୍ତ ଲିଙ୍ଗରାଜ ଷ୍ଟେସନ୍‌ ଦେଇ ଯାଇଥିଲା ୩ଟି ଟ୍ରେନ। ସେହି ଟ୍ରେନର ଲୋକ ପାଇଲଟଙ୍କୁ ମଧ୍ୟ ଜେରା କରିଥିଲା ଜିଆରପି । ଏତେ ସବୁ ତଥ୍ୟ ସଂଗ୍ରହ ପରେ ବି ଜିଆରପି ଆଦିତ୍ୟଙ୍କ ମୃତ୍ୟୁ ଉପରୁ ରହସ୍ୟ ହଟାଇ ପାରି ନଥିଲା । ଏବେ କ୍ରାଇମବ୍ରାଞ୍ଚ ତଦନ୍ତକୁ ଜୋରଦାର କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.