Below header

ପହିଲି ରଜରେ ଅଘଟଣ: ମାଆ ଆଗରେ ପୁଅକୁ ଝାମ୍ପିନେଲା କୁମ୍ଭୀର

ପହିଲି ରଜରେ ଅଘଟଣ । ବାହ୍ମଣୀରେ ୧୦ ବର୍ଷ ନାବାଳକକୁ ଟାଣିନେଲା କୁମ୍ଭୀର । ଶୌଚ ହେବାକୁ ନଦୀକୁ ଯାଇଥିବା ବେଳେ ଏଭଳି ଅଘଟଣ ଘଟିଛି । ନାବାଳକ ଜଣଙ୍କ ହେଉଛନ୍ତି ପଟ୍ଟାମୁଣ୍ଡାଇ ନିମପୁର ଗାଁ ଆଶୁତୋଷ ଆଚାର୍ଯ୍ୟ ।

ପଟ୍ଟାମୁଣ୍ଡାଇ (କେନ୍ୟୁଜ): ପହିଲି ରଜରେ ଅଘଟଣ । ବାହ୍ମଣୀରେ ୧୦ ବର୍ଷ ନାବାଳକକୁ ଟାଣିନେଲା କୁମ୍ଭୀର । ଶୌଚ ହେବାକୁ ନଦୀକୁ ଯାଇଥିବା ବେଳେ ଏଭଳି ଅଘଟଣ ଘଟିଛି । ନାବାଳକ ଜଣଙ୍କ ହେଉଛନ୍ତି ପଟ୍ଟାମୁଣ୍ଡାଇ ନିମପୁର ଗାଁ ଆଶୁତୋଷ ଆଚାର୍ଯ୍ୟ ।

ସୂଚନା ଥାଉକି, ଶୌଚ ହେବାକୁ ଯାଇଥିବାବେଳେ ମାଆ ଓ ପୁଅକୁ ଟାଣିନେଇଥିଲା କୁମ୍ଭୀର । ମୃତ ପିଲାଟି ହେଉଛି ୧୦ ବର୍ଷୀୟ ଆଶୁତୋଷ ଆଚାର୍ଯ୍ୟ । ତେବେ କୌଶଳ କ୍ରମେ ମାଆ ନିଜର ଜୀବନ ବଞ୍ଚାଇ ଚାଲିଆସିଥିଲା । ହେଲେ ରହିଯାଇଥିଲା ପିଲାଟି । ଫଳରେ ଅକାଳ ମୃତ୍ୟୁ ହୋଇଥିଲା । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ମାଆ ଆଗରେ ନିଜ ପିଲାକୁ ଟାଣିନେଇଛି ନରହନ୍ତା କୁମ୍ଭୀର । ସ୍ଥାନୀୟ ଲୋକଙ୍କ ଦ୍ୱାରା ଖୋଜାଖୋଜି ଜାରି ରହିଛି । ସେପଟେ ପୁଅକୁ ହରାଇ ଦୁଃଖରେ ଭାଙ୍ଗିପଡିଛି ମାଆ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.