ଗୁଜରାଟ ପ୍ରତି ବଢୁଛି ବିପଦ : ୧୫ ତାରିଖ ସନ୍ଧ୍ୟାରେ ଲ୍ୟାଣ୍ଡଫଲ କରିବ ବାତ୍ୟା ବିପର୍ଯ୍ୟୟ

ଗୁଜରାଟ ପ୍ରତି ବଢୁଛି ବିପଦ । ବ୍ୟାପକ କ୍ଷତି ପହଞ୍ଚାଇବ ସାଇକ୍ଲୋନ୍‌ । ୧୫ ତାରିଖ ସନ୍ଧ୍ୟାରେ ଲ୍ୟାଣ୍ଡଫଲ କରିବ ବାତ୍ୟା ବିପର୍ଯ୍ୟୟ । ତାପୂର୍ବରୁ ପ୍ରକୋପ ଦେଖାଇଲାଣି । ଭୟଙ୍କର ରୂପ ଧାରଣ କରି ସ୍ଥଳଭାଗ ମୁହାଁ ହେଉଛି ଭେରି ସିଭିଅର ସାଇକ୍ଲୋନିକ୍‌ ଷ୍ଟର୍ମ । ଉପକୂଳର ଯେତିକି ନିକଟବର୍ତ୍ତୀ ହେଉଛି ସେତିକି ଅଶାନ୍ତ ହେଉଛି ସମୁଦ୍ର । ବଡ଼ ବଡ଼ ଜୁଆର ଉଠୁଛି ।

ନୂଆଦିଲ୍ଲୀ : ଭୟଙ୍କର ବିପତ୍ତି ଆଣିବ ବିପର୍ଯ୍ୟୟ । ଗୁଜରାଟ ପ୍ରତି ବଢୁଛି ବିପଦ । ବ୍ୟାପକ କ୍ଷତି ପହଞ୍ଚାଇବ ସାଇକ୍ଲୋନ୍‌ । ୧୫ ତାରିଖ ସନ୍ଧ୍ୟାରେ ଲ୍ୟାଣ୍ଡଫଲ କରିବ ବାତ୍ୟା ବିପର୍ଯ୍ୟୟ । ତାପୂର୍ବରୁ ପ୍ରକୋପ ଦେଖାଇଲାଣି । ଭୟଙ୍କର ରୂପ ଧାରଣ କରି ସ୍ଥଳଭାଗ ମୁହାଁ ହେଉଛି ଭେରି ସିଭିଅର ସାଇକ୍ଲୋନିକ୍‌ ଷ୍ଟର୍ମ । ଉପକୂଳର ଯେତିକି ନିକଟବର୍ତ୍ତୀ ହେଉଛି ସେତିକି ଅଶାନ୍ତ ହେଉଛି ସମୁଦ୍ର । ବଡ଼ ବଡ଼ ଜୁଆର ଉଠୁଛି । ଗୁଜରାଟ ଉପକୂଳରେ ଆରମ୍ଭ ହୋଇଛି ବର୍ଷା ପବନ । ଧୀରେ ଧୀରେ ପବନର ବେଗ ବଢୁଛି । ଗୁଜରାଟର ୮ ଜିଲ୍ଲାକୁ ହାଇ ଆଲର୍ଟ ।

ଆଜିଠୁ ଅଧିକ ପ୍ରଭାବ ଦେଖାଇବ ବିପର୍ଯ୍ୟୟ । ସୌରାଷ୍ଟ୍ର ଓ କଚ୍ଛ ଉପକୂଳକୁ ବାତ୍ୟା ନେଇ ଅରେଞ୍ଜ ଓ୍ଵାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ବାତ୍ୟାରେ କଚ୍ଛ, ଦ୍ୱାରକା, ପୋରବନ୍ଦର, ଜାମନଗର, ରାଜକୋଟ, ଜୁନାଗଡ଼ ଓ ମୋରବି ଜିଲ୍ଲା ପ୍ରଭାବିତ ହେବା ଆଶଙ୍କା ରହିଛି । ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଓ ପବନ ହେବ । ପ୍ରଭାବିତ ଆଶଙ୍କା ଥିବା ଅଞ୍ଚଳରୁ ବର୍ତ୍ତମାନ ସୁଦ୍ଧା ସ୍ଥାନାନ୍ତର ହେଲେଣି ପାଖାପାଖି ୩୮ ହଜାର ଲୋକ । ବିଶେଷ କରି ସୌରାଷ୍ଟ୍ର ଓ କଚ୍ଛ ଜିଲ୍ଲାର ଉପକୂଳ ଅଞ୍ଚଳରୁ ୧୦ କିଲୋମିଟର ମଧ୍ୟରେ ଲୋକଙ୍କୁ ଖାଲି କରାଯାଉଛି । ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ୧୭ ଏନଡିଆରଏଫ ଓ ୧୩ ଏସଡିଆରଏଫ ଟିମ୍‌ ମୁତୟନ ଅଛନ୍ତି । ଭୀଷଣ ରୂପ ଧାରଣ କରି ଆରବ ସାଗରରେ ଆଗକୁ ବଢୁଛି । ଏବେ ଘଣ୍ଟାପ୍ରତି ୮ କିଲୋମିଟର ବେଗରେ ଗତି କରୁଛି ବାତ୍ୟା । ଉତ୍ତର-ଉତ୍ତର ପୂର୍ବ ଦିଗରେ ସୌରାଷ୍ଟ୍ର ଓ କଚ୍ଛ ଉପକୂଳ ମୁହାଁଉଛି । ଆସନ୍ତାକାଲି ସନ୍ଧ୍ୟାରେ ଗୁଜରାଟର ମାଣ୍ଡଭି ଓ ପାକିସ୍ତାନର କରାଚି ମଧ୍ୟରେ ଜାଖାଉ ପୋର୍ଟ ନିକଟରେ ଲାଣ୍ଡଫଲ୍‌ କରିବ ବିପର୍ଯ୍ୟୟ । ଭେରି ସିଭିୟର ସାଇକ୍ଲୋନ୍‌ ତୀବ୍ରତା ସହ ସ୍ଥଳଭାଗ ଅତିକ୍ରମ କରିବ । ସେତେବେଳେ ଘଣ୍ଟାପ୍ରତି ପବନର ବେଗ ରହିବ ୧୨୫ରୁ ୧୩୫ କିଲୋମିଟର । ଏହା ବଢ଼ି ୧୫୦ କିଲୋମିଟର ଛୁଇଁପାରେ । ସ୍ଥଳଭାଗ ମୁହାଁ ହେବା ସହ ପ୍ରକୋପ ଦେଖାଇଲାଣି ବିପର୍ଯ୍ୟୟ ।

Leave A Reply

Your email address will not be published.