ସଟର କାଟି ଏଟିଏମ୍ ମେସିନ ଭାଙ୍ଗିଲେ ଦୁର୍ବୃତ୍ତ, ସିସିଟିଭି ଆଧାରରେ ଚାଲିଛି ତଦନ୍ତ

ଏଟିଏମ୍ ମେସିନ୍ ତାଡି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ନବରଙ୍ଗପୁର ସହର ବ୍ଲକ୍ କାର୍ଯ୍ୟାଳୟ ପାଖ ଏଟିଏମର ଘଟଣା । ବ୍ୟାଙ୍କ କର୍ମଚାରୀ ପହଂଚିବା ପରେ ଲୁଟର ପରିମାଣ ଜଣାପଡିବ।

ନବରଙ୍ଗପୁର (କେନ୍ୟୁଜ): ଏଟିଏମରୁ ଲୁଟ୍ । ସଟର କାଟି ଏଟିଏମ୍ ମେସିନ ଭାଙ୍ଗିଲେ ଦୁର୍ବୃତ୍ତ । ନବରଙ୍ଗପୁର ସଦର ବ୍ଳକ କାର୍ଯ୍ୟାଳୟ ପାଖ ଏଟିଏମରୁ ଲୁଟ୍ ହୋଇଛି।

ଗତକାଲି ରାତିରେ ଏଟିଏମ୍ ଭିତରେ ପଶି ମେସିନ୍ ଭାଙ୍ଗିବା ସହ ଟଙ୍କା ଲୁଟି ନେଇଛନ୍ତି । କେତେ ପରିମାଣର ଟଙ୍କା ଲୁଟ୍ ହୋଇଛି ତାହା ଜଣାପଡିନାହିଁ । ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରିଛି । ବ୍ୟାଙ୍କ କର୍ମଚାରୀ ପହଂଚିବା ପରେ ଲୁଟର ପରିମାଣ ଜଣାପଡିବ। ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ଟାଉନ ଥାନା ପୋଲିସ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.