ଘନ କୁହୁଡ଼ି ହେଲା କାଳ: ଏକାସଙ୍ଗେ ପିଟି ହେଲା ୩ ଟ୍ରକ, ଜଣେ ଚାଳକ ଗୁରୁତର

ଘନ କୁହୁଡ଼ି ପାଇଁ ସିରିଜ୍ ଦୁର୍ଘଟଣା । ଏକାସଙ୍ଗେ ଧକ୍କା ହେଲା ୩ ଟ୍ରକ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କୁଲେଇ ଛକ ନିକଟରେ ଦୁର୍ଘଟଣା ଘଟିଛି । ଅତ୍ୟଧିକ କୁହୁଡି ଯୋଗୁ ପ୍ରଥମେ ଦୁଇଟି ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା । ପରେ ଅନ୍ୟ ଏକ ଟ୍ରକ ଆସି ପଛରୁ ଧକ୍କା ଦେଇଥିଲା ।

କାମାକ୍ଷାନଗର (କେନ୍ୟୁଜ) : ଘନ କୁହୁଡ଼ି ପାଇଁ ସିରିଜ୍ ଦୁର୍ଘଟଣା । ଏକାସଙ୍ଗେ ଧକ୍କା ହେଲା ୩ ଟ୍ରକ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କୁଲେଇ ଛକ ନିକଟରେ ଦୁର୍ଘଟଣା ଘଟିଛି । ଅତ୍ୟଧିକ କୁହୁଡି ଯୋଗୁ ପ୍ରଥମେ ଦୁଇଟି ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା । ପରେ ଅନ୍ୟ ଏକ ଟ୍ରକ ଆସି ପଛରୁ ଧକ୍କା ଦେଇଥିଲା ।

ଦୁର୍ଘଟଣାରେ ଜଣେ ଟ୍ରକ ଚାଳକ ଗୁରୁତର ହୋଇଛନ୍ତି । ତାଙ୍କୁ ପରଜଙ୍ଗ ମେଡିକାଲରେ ଭର୍ତ୍ତି କରାଯାଇଛି। କୁହୁଡି ସାଙ୍ଗକୁ ଦ୍ରୁତି ଗତି ଯୋଗୁ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଘଟଣାସ୍ଥଳରେ ପହଂଚିଛି ପରଜଙ୍ଗ ଥାନା ପୋଲିସ।