Below header

ଗଛରେ ପେନ୍ଥା ପେନ୍ଥା ବରକୋଳି, ଭଲ ଦୁଇ ପଇସା ରୋଜଗାର କରିବା ସହ ପ୍ରଶଂସା ସାଉଁଟୁଛନ୍ତି ଶ୍ୟାମସୁନ୍ଦର

ବରକୋଳି କଥା କହିଲେ ପାଟିରୁ ଲାଳ ଗଡେ। ଭଲ ଭେରାଇଟିର ବରକୋଳି ସାଧାରଣତଃ ଅନ୍ୟ ରାଜ୍ୟ ମାନଙ୍କରୁ ଓଡିଶାକୁ ଆସେ । ହେଲେ ଆପଣ ଜାଣି ଖୁସି ହେବେ ବହୁ ଭଲ ଭେରାଇଟିର ବରକୋଳି ଏବେ ଆମ ଓଡିଶା ମାଟିରେ ବି ହେଉଛି ।

ସାଲେପୁର(କେନ୍ୟୁଜ): ଜୀବନ ବଞ୍ଚିବାର ନୂଆ ଦିଶା ପ୍ରଦାନ କରିଛି ଚାଷ । ଅନେକ ଚାଷୀଙ୍କୁ ଦେଇଛି ବଞ୍ଚିବାର ସାହାରା । ଆଜିକାଲି ଯୁବପୀଢିମାନେ ବି ଚାଷକୁ ଅଆପଣାଇ ନେଲେଣି ବଡ ବଡ କମ୍ପାନୀରୁ ମୋଟା ଅଙ୍କର ଦରମାକୁ ଛାଡି । ତେଣୁ ଚାଷରୁ ଆର୍ଥିକ ସମୃଦ୍ଧି ମିଳିବା ଦ୍ୱାରା ଅନେକ ନିମ୍ନ ଏବଂ ମଧ୍ୟବିତ୍ତ ପରିବାର ନିଜ ନିଜର ଅପହଞ୍ଚ ସ୍ୱପ୍ନକୁ ସବୁ ସାକାର କରିବାରେ ଲାଗିଛନ୍ତି । ନୂତନ କୌଶଳରେ ନୂତନ ଚାଷ କରି ସୁନାର ଫସଲ ଫଳାଇବାରେ ଲାଗିଛନ୍ତି । ଆଜି ଏମିତି ଜଣେ ଚାଷୀଙ୍କ ବିଷୟରେ ଜାଣିବା ଯିଏ ନିଜ ଚାଷ ପାଇଁ ଆଜି ପରିଚିତ ।

ତେବେ ବରକୋଳି କଥା କହିଲେ ପାଟିରୁ ସମସ୍ତଙ୍କର ପ୍ରାୟ ଲାଳ ଗଡେ। ବିଶେଷ କରି ବର୍ଷର ଏହି ଦିନଗୁଡିକରେ ବିଭିନ୍ନ ରକମର ବରକୋଳି ବଜାରକୁ ଆସେ। ଭଲ ଭେରାଇଟିର ବରକୋଳି ସାଧାରଣତଃ ଅନ୍ୟ ରାଜ୍ୟ ମାନଙ୍କରୁ ଓଡିଶାକୁ ଆସେ । ହେଲେ ଆପଣ ଜାଣି ଖୁସି ହେବେ ବହୁ ଭଲ ଭେରାଇଟିର ବରକୋଳି ଏବେ ଆମ ଓଡିଶା ମାଟିରେ ବି ହେଉଛି । ତେବେ କଟକ ଜିଲ୍ଲା ସାଲେପୁର ବ୍ଲକ ଆତୋଡା ଗାଁରେ ଜଣେ ଚାଷୀ ବରକୋଳି ଚାଷ କରି ଏବେ ପ୍ରଶଂସା ସାଉଁଟିବା ସହ ଭଲ ଦୁଇ ପଇସା ରୋଜଗାର କରୁଛନ୍ତି।

ଗଛରେ ପେନ୍ଥାକୁ ପେନ୍ଥା ବରକୋଳି। କିଏ ଟିକେ ଲାଲ ଲାଲ ତ କିଏ ଲମ୍ବା ଆଉ କିଏ ଗୋଲ ଗୋଲ । ୩ ଏକର ଜମିରେ ଲାଗିଛି ଭଳିକି ଭଳି ବେସ ଉନ୍ନତ ମାନର ବରକୋଳି । ଆପୁଲବେରୀ, ଥାଇଆପୁଲ, ମିସ ଇଣ୍ଡିଆ ,ପର୍ଲ ସୁନ୍ଦରୀ ଭଳି ବେସ ସ୍ୱାଦିଷ୍ଟ ଭେରାଇଟିର କୋଳି ଗଛରେ ଭର୍ତ୍ତି ହୋଇଛି ଏହି ବଗିଚା । ଆଉ ଇଏ ହେଉଛନ୍ତି ଶ୍ୟାମସୁନ୍ଦର ସ୍ୱାଇଁ । ଶ୍ୟାମସୁନ୍ଦର ଏହି କୋଳି ଚାଷ ପାଇଁ କଲିକତା ଯାଇ ସେଠାରୁ ଏହି ଚାଷର ସବୁ କୌଶଳ ଶିଖି ଆସିଛନ୍ତି। ଆଉ ଦୁଇ ବର୍ଷ ହେଲାଣି ସେ ଏହି ବଗିଚା କରିଛନ୍ତି ।

chasi

ପ୍ରତିଦିନ ଏହି ବଗିଚାରୁ ୫ ରୁ ୭ କ୍ୱିଣ୍ଟାଲ କୋଳି ତୋଳା ହୁଏ । ଏଥିପାଇଁ ୬ ଜଣ ଶ୍ରମିକ ପ୍ରତିଦିନ କୋଳି ତୋଳିବା ଠାରୁ ଗଛର ଯତ୍ନ ନେବା ଏବଂ ବଗିଚାର ସମସ୍ତ କାର୍ଯ୍ୟ କରନ୍ତି । ସିଜିନ୍ ସମୟରେ ପ୍ରତିଦିନ ପାଖାପାଖି ୫୦ ହଜାର ଟଙ୍କାର କୋଳି ବିକ୍ରି ହୁଏ ଏହି ବଗିଚାରୁ । ଆଖପାଖ ଅଞ୍ଚଳର ବେପାରୀ ମାନେ ବଗିଚାରୁ ଆସି କୋଳି ନେଇ ଯାଆନ୍ତି । ସୁସ୍ୱାଦୁ କୋଳି ହୋଇଥିବାରୁ ବଜାରରେ ମଧ୍ୟ ବେସ ଚାହିଦା ରହିଛି ଏହି ସବୁ ଭେରାଇଟି କୋଳିର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.