ମା’ ମଙ୍ଗଳାଙ୍କ ମନ୍ଦିରରେ ଲାଗିଲା ଇ–ହୁଣ୍ଡି, ଏଥର ୟୁପିଆଇ ଆପ୍ ମାଧ୍ୟମରେ ଭକ୍ତ ଦେଇପାରିବେ ଦାନ ଅର୍ଥ

ପ୍ରଥମ ଥର ଲାଗି ପୁରୀ ଜିଲ୍ଲାର କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ମନ୍ଦିର ସମୁଖରେ ୟୁକୋ ବ୍ୟାଙ୍କ ପକ୍ଷରୁ ଏକ e-hundi ସ୍ଥାପନ କରାଯାଇଛି । ଏହି ଇ ହୁଣ୍ଡିରେ ମା ମଙ୍ଗଳାଙ୍କ ଟ୍ରଷ୍ଟ ବୋର୍ଡ ନାମରେ ରହିଥିବା ୟୁକୋ ବ୍ୟାଙ୍କ ଆକାଉଣ୍ଟ ନମ୍ବର ସଲଗ୍ନ ଏକ ସ୍କାନରର ଚିତ୍ର ରହିଛି ।

କାକଟପୁର(କେନ୍ୟୁଜ): ଡିଜିଟାଲ ପେମେଣ୍ଟର ବ୍ୟବାହାର ବହୁତ ବଢ଼ିଚାଲିଛି । ଏବେ ପ୍ରାୟ ସବୁ ଲୋକ ଡିଜିଟାଲ ପେମେଣ୍ଟର ବ୍ୟବହାର କରୁଛନ୍ତି। ଡିଜିଟାଲ ପେମେଣ୍ଟ ଅପ୍ସନ ଏବଂ ଟଚ୍‌ ଲେସ୍‌ ଟ୍ରାନଜାକସନ୍‌ ରେ ଲେଣଦେଣ କରିବାରେ ବହୁତ ସାହାଯ୍ୟ ମିଳିଛି । ସାଧାରଣତଃ ଆମେ କିଣାକିଣି କରିବା ପାଇଁ ଏବେ ଡିଜିଟାଲ ପେମେଣ୍ଟର ସାହାରା ନେଉଛନ୍ତି। କାହିଁକିନା ମୋବାଇଲ ଫୋନ୍‌ ସାହାଯ୍ୟରେ ୟୁପିଆଇ(UPI) ପେମେଣ୍ଟ କରିବା ସହଜ ହୋଇଥାଏ। ୟୁପିଆଇ ପେମେଣ୍ଟ ପ୍ରଚଳନ ଆରମ୍ଭ ହେବା ଠାରୁ ପକେଟରେ ଟଙ୍କା ରଖିବାକୁ ଯେମିତି ଭୁଲିଗଲେଣି ଲୋକେ।

କ୍ୟାସଲେସ୍‌ ପେମେଣ୍ଟ ଅଧିକ ହେବାରେ ଲାଗଛି । ତେବେ ବର୍ତ୍ତମାନ ସୁବଠି ୟୁପିଆଇ ପେମେଣ୍ଟ ବ୍ୟବସ୍ଥାର ବ୍ୟବହାର କରାଯାଉଛି । ସପିଂ ମଲ୍‌ ଠୁ ଆରମ୍ଭ କରି ଗ୍ରୋସରି ଦୋକାନ ପର୍ଯ୍ୟନ୍ତ, ୟୁପିଆଇ ହେଉଛି ପେମେଣ୍ଟ କରିବାର ସବୁଠୁ ସହଜ ତରିକା । ଏଥିରେ କେବଳ ପିନ୍‌ ର ଆବଶ୍ୟକତା ଥାଏ। ତା ପରେ ତୁରନ୍ତ ପେମେଣ୍ଟ ହୋଇଯାଏ।

maa

ଧୀରେ ଧୀରେ ଆମ ଭାରତ ଡିଜିଟାଲ ଭାରତ ହେଉଛି । ତେବେ ପ୍ରଥମ ଥର ଲାଗି ପୁରୀ ଜିଲ୍ଲାର କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ମଙ୍ଗଳାଙ୍କ ମନ୍ଦିର ସମୁଖରେ ୟୁକୋ ବ୍ୟାଙ୍କ ପକ୍ଷରୁ ଏକ e-hundi ସ୍ଥାପନ କରାଯାଇଛି । ଇ- ହୁଣ୍ଡି ଦେହରେ ମା’ ମଙ୍ଗଳାଙ୍କ ଟ୍ରଷ୍ଟ ବୋର୍ଡ ନାମରେ ରହିଥିବା ୟୁକୋ ବ୍ୟାଙ୍କ ଆକାଉଣ୍ଟ ନମ୍ବର ସଲଗ୍ନ ଏକ ସ୍କାନରର ଚିତ୍ର ରହିଛି । ଏହି ସ୍କାନର ଉପରେ ୟୁପିଆଇ ଆପ୍ ଜରିଆରେ ସ୍କାନ କରି ଟଙ୍କା ପ୍ରେରଣ କଲେ ସିଧାସଳଖ ମା’ ମଙ୍ଗଳାଙ୍କ ଆକାଉଣ୍ଟକୁ ଭକ୍ତଙ୍କ ଦାନ ଅର୍ଥ ଚାଲିଯିବ । ଯାହା ସାଧାରଣ ଭକ୍ତ ମାନଙ୍କୁ ସହଜ ଏବଂ ସୁବିଧା ହେବ ।