Below header

NIA ରେ ଚାକିରି ପାଇଁ କରନ୍ତୁ ଆବେଦନ, ଦରମା ୧ ଲକ୍ଷରୁ ଅଧିକ

NIAରେ ସବ-ଇନ୍ସପେକ୍ଟର ଠାରୁ ହେଡ କନଷ୍ଟେବଳ ପର୍ଯ୍ୟନ୍ତ ପଦବୀରେ ଭର୍ତ୍ତି ପାଇଁ ଆବେଦନ କରିପାରିବେ । ୧୨ଶ ପାସ୍‌ କରିବା ସହିତ ଗ୍ରାଜୁଏସନ ପ୍ରାର୍ଥୀ ମଧ୍ୟ ଆବେଦନ କରିପାରିବେ । ତେବେ ଆବେଦନ କରିବାର ଶେଷ ତାରିଖ ୨୨ ଫେବୃଆରୀ ରହିଛି ।

NIA ରେ ଚାକିରି ପାଇବାକୁ ଇଚ୍ଛା ରଖିଥିଲେ ଆପଣଙ୍କ ପାଇଁ ଖୁସି ଖବର । ଏନଆଇଏରେ ସବ-ଇନ୍ସପେକ୍ଟର ଠାରୁ ହେଡ କନଷ୍ଟେବଳ ପର୍ଯ୍ୟନ୍ତ ପଦବୀରେ ଭର୍ତ୍ତି ପାଇଁ ଆବେଦନ କରିପାରିବେ । ଆପଣ ଇଚ୍ଛୁକ ଥିଲେ ତୁରନ୍ତ ଆବେଦନ କରିଦିଅନ୍ତୁ ।
ଆବେଦନ କେବଳ ଅନଲାଇନ ହେବ । ଏଥିପାଇଁ ଏନଆଇଏ ଅଫିସିଆଲ ୱେବସାଇଟ nia.gov.in କୁ ଯାଇ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୧୧୯

ଇନ୍ସପେକ୍ଟର : ୪୩
ସବ ଇନ୍ସପେକ୍ଟର : ୫୧
ଆସିଷ୍ଟାଣ୍ଡ ସବ ଇନ୍ସପେକ୍ଟର : ୧୩
ହେଡ କନେଷ୍ଟବଳ : ୧୨

ଜରୁରୀ ତାରିଖ : ଏହି ପଦବୀ ପାଇଁ ଆବେଦନ ୨୨ ଡିସେମ୍ବରରୁ ଆରମ୍ଭ ହେଉଛି । ତେବେ ଆବେଦନ କରିବାର ଶେଷ ତାରିଖ ୨୨ ଫେବୃଆରୀ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଆବେଦନ କରିବାକୁ ଇଚ୍ଛୁକ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ଅଲଗା ଅଲଗା ହେବା ଦରକାର । ଏଥିପାଇଁ ଅଫିସିଆଲ ନୋଟିଫିକେସନ ଚେକ୍‌ କରିପାରିବେ । ତେବେ ୧୨ଶ ପାସ୍‌ କରିବା ସହିତ ଗ୍ରାଜୁଏସନ ପ୍ରାର୍ଥୀ ମଧ୍ୟ ଆବେଦନ କରିପାରିବେ ।

ବୟସ ସୀମା : ପ୍ରାର୍ଥୀଙ୍କ ବୟସ ୧୮ରୁ ୫୬ ବର୍ଷ ହେବା ଜରୁରୀ ।

କେମିତି ହେବ ଚୟନ :

ପ୍ରାର୍ଥୀଙ୍କ ଚୟନ ଅନେକ ପର୍ଯ୍ୟାୟରେ ପରୀକ୍ଷା ମାଧ୍ୟମରେ ହେବ । ଲିଖିତ ପରୀକ୍ଷା, ଡକ୍ୟୁମେଣ୍ଟ ଭେରିଫିକେସନ ଏବଂ ମେଡିକାଲ ଟେଷ୍ଟରେ ହେବ ।

ଦରମା : ପ୍ରାର୍ଥୀଙ୍କ ଦରମା ବିଭିନ୍ନ ପଦବୀ ପାଇଁ ଭିନ୍ନ ରହିଛି । ଇନ୍ସପେକ୍ଟର ପଦବୀ ପାଇଁ ୩୫,୦୦୦ରୁ ୧,୧୨,୦୦୦, ଆସିଷ୍ଟାଣ୍ଟ ସବ ଇନ୍ସପେକ୍ଟର ପାଇଁ ୨୯,୦୦୦ରୁ ୯୨,୩୦୦ ଟଙ୍କା ପର୍ଯ୍ୟନ୍ତ ଓ ହେଡ କନଷ୍ଟେବଳ ପଦବୀ ପାଇଁ ୨୫,୦୦୦ରୁ ୮୧,୦୦୦ ପର୍ଯ୍ୟନ୍ତ ଦରମା ମିଳିବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.