ମେକ୍ସିକୋରେ ବସ୍‌ ଏବଂ ଟ୍ରକ ଭୟଙ୍କର ଧକ୍କା, ଜଳିଗଲା ବସ୍‌, ୧୯ ମୃତ

ମେକ୍ସିକୋରେ ଟ୍ରକ ଏବଂ ଯାତ୍ରୀବାହୀ ବସ୍‌ ମୁହାଁମୁହିଁ ଧକ୍କା ଦୁର୍ଘଟଣାରେ ୧୯ ଜଣଙ୍କ ପ୍ରାଣ ଚାଲିଯାଇଥିବା ଖବର ମିଳିଛି । ଏହାସହିତ ୧୮ ଜଣ ଆହତ ହୋଇଛି । ଦୁର୍ଘଟଣା ପରେ ବସ୍‌ରେ ନିଆଁ ଲାଗିଥିଲା ଫଳରେ ୧୯ ଜଣଙ୍କର ମୃତ୍ୟୁ ହୋଇଛି ।

ମେକ୍ସିକୋରେ ଟ୍ରକ ଏବଂ ଯାତ୍ରୀବାହୀ ବସ୍‌ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ୧୯ ଜଣଙ୍କ ପ୍ରାଣ ଚାଲିଯାଇଥିବା ଖବର ମିଳିଛି । ଏହାସହିତ ୧୮ ଜଣ ଆହତ ହୋଇଛି । ଦୁର୍ଘଟଣା ପରେ ବସ୍‌ରେ ନିଆଁ ଲାଗିଥିଲା ଫଳରେ ୧୯ ଜଣଙ୍କର ମୃତ୍ୟୁ ହୋଇଛି । ନିଆଁରେ ବସଟି ସଂପୂର୍ଣ୍ଣ ଭାବେ ଜଳିଯାଇଛି ।

ଖବରମୁତାବକ, ବସ୍‌ରେ ୩୭ ଜଣ ଲୋକ ରହିଥିଲେ । ବସ୍‌ ମାଜାତଲାନର ଲସ ମୋଚିସ ସହର ଯାଉଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ବନ୍ଦରଗାହ ସହରର ମାଜାତଲାନ ପାଖରେ ଥିବା ଏଲୋଟା ଟାଉନସିପରେ ହୋଇଥିଲା । ଆହତ ହୋଇଥିବା ବ୍ୟକ୍ତିଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଜରୁରୀକାଳୀନ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲା ।

ତେବେ ଦୁର୍ଘଟଣା କେମିତି ଘଟିଲା ପୋଲିସ ଏହାର ଯାଞ୍ଚ କରୁଛି । ତେବେ ଜୁଲାଇ ୨୦୨୩ରେ ଦୁର୍ଘଟଣାରେ ୨୯ ଜଣ ଲୋକଙ୍କ ଜୀବନ ଚାଲିଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.