ମୟଙ୍କ ଅଗ୍ରଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର, ଷଡଯନ୍ତ୍ର କରାଯାଇଥିବା ନେଇ ପୋଲିସରେ କଲେ ଅଭିଯୋଗ

ମୟଙ୍କ ପୋଲିସରେ ଅଭିଯୋଗ କରି କହିଛନ୍ତି, ତାଙ୍କ ବିରୋଧରେ ଷଡଯନ୍ତ୍ର ରଚାଯାଇଛି ବୋଲି କହିଛନ୍ତି । ସେ ବିମାନରେ ଯାତ୍ରା କରୁଥିବା ବେଳେ ଇଣ୍ଡିଗୋର ସିଟରେ ଏକ ପାଉଚ ରଖାଯାଇଥିଲା । ଏହାକୁ ପାଣି ଭାବି ସେ ପିଇଦେଇଥିଲେ । ଏହାକୁ ପିଇବା ପରେ ଅସୁସ୍ଥ ହୋଇପଡିଥିଲେ ମୟଙ୍କ ।

ଭାରତୀୟ ଟିମର ଖେଳାଳି ମୟଙ୍କ ଅଗ୍ରଓ୍ଵାଲ ବିମାନରେ ହଠାତ୍‌ ଅସୁସ୍ଥ ହୋଇପଡିବାରୁ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ଅଗରତାଲାରୁ ନୂଆଦିଲ୍ଲୀକୁ ଯାଉଥିବା ବିମାନରେ ମୟଙ୍କ ହଠାତ୍‌ ଅସୁସ୍ଥ ହୋଇପଡିଥିଲେ । ତେବେ ଏବେ ମୟଙ୍କ ବିପଦରୁ ମୁକ୍ତ ରହିଛନ୍ତି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ଲଗାତାର ନଜର ରଖାଯାଉଛି । ଟିକେ ସୁସ୍ଥ ଅନୁଭବ କରିବା ପରେ ମୟଙ୍କ ପୋଲିସରେ ଅଭିଯୋଗ କରିଛନ୍ତି ।

ମୟଙ୍କ ପୋଲିସରେ ଅଭିଯୋଗ କରି କହିଛନ୍ତି, ତାଙ୍କ ବିରୋଧରେ ଷଡଯନ୍ତ୍ର ରଚାଯାଇଛି ବୋଲି କହିଛନ୍ତି । ସେ ବିମାନରେ ଯାତ୍ରା କରୁଥିବା ବେଳେ ଇଣ୍ଡିଗୋର ସିଟରେ ଏକ ପାଉଚ ରଖାଯାଇଥିଲା । ଏହାକୁ ପାଣି ଭାବି ସେ ପିଇଦେଇଥିଲେ । ଏହାକୁ ପିଇବା ପରେ ଅସୁସ୍ଥ ହୋଇପଡିଥିଲେ ମୟଙ୍କ । ମୟଙ୍କ ଏହାକୁ ପିଇବା ପରେ ତାଙ୍କ ପାଟି ଜଳିବାକୁ ଲାଗିଥିଲା । ସେ କିଛି କରିପାରିନଥିଲେ । ମୟଙ୍କ ନିଜ ମ୍ୟାନେଜର ଜରିଆରେ ପୋଲିସରେ ଏକ ଔପଚାରିକ ଅଭିଯୋଗ କରିଛନ୍ତି ।

ପଶ୍ଚିମ ତ୍ରିପୁରା ପୋଲିସର ଅଧିକ୍ଷକ କିରନ କୁମାର କହିଛନ୍ତି, ମୟଙ୍କ ଅବସ୍ଥା ଏବେ ସ୍ଥିର ରହିଛି । କିନ୍ତୁ ତାଙ୍କ ମ୍ୟାନେଜର ଥାନାରେ ଏକ ମାମଲା ରୁଜୁ କରି ଯାଞ୍ଚ କରିବା ପାଇଁ କହିଛନ୍ତି ।

ମୟଙ୍କ ସୁରତରେ ରେଲେଓ୍ଵ ବିପକ୍ଷ ଟିମରେ ଆଗାମୀ ରଣଜୀ ଟ୍ରଫି ମ୍ୟାଚ ଖେଳିବେ ନାହିଁ । ସେ ତ୍ରିପୁରା ବିପକ୍ଷରେ ଦୁଇଟି ଯାକ ଇନିଂସରେ ୫୧ ଏବଂ ୧୭ ରନ୍‌ କରିଛନ୍ତି । ୩୨ ବର୍ଷୀୟ ମୟଙ୍କ ଭାରତୀୟ ଟିମ ପାଇଁ ୨୧ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି । ମୟଙ୍କ କର୍ଣ୍ଣାଟକ ଟିମ୍ ତ୍ରିପୁରା ସହ ଜାନୁଆରୀ ୨୬ରୁ ୨୯ ଯାଏ ରଣଜୀ ମ୍ୟାଚ୍ ଖେଳି ବିଜୟୀ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.