ଆଜି ଧନ୍‌ତେରସ୍‌: ସୁନା ଓ ରୁପା ଗଢାମୂଲ୍ୟରେ ଆକର୍ଷଣୀୟ ରିହାତି ଦେଉଛନ୍ତି ଦୋକାନୀ

ଭୁବନେଶ୍ୱର (କେନ୍ୟୁଜ):  ଆଜି ଧନ୍‌ତେରସ୍‌ । ଦୋକାନରେ ଜମୁଛି ଭିଡ଼ । ଧନତେରାସ ପାଇଁ ଗହଣା ବ୍ୟବସାୟୀଙ୍କ ପକ୍ଷରୁ ଆକର୍ଷଣୀୟ ଅଫର ଦିଆଯାଇଛି । ସୁନା ଚାହିଦା ୬୦ ପ୍ରତିଶତ ବଢିଛି । ଧନତେରାସ୍‌ରେ ସୁନାଗହଣା ବିକ୍ରୀ ଗତବର୍ଷ ତୁଳନାରେ ୫୦ ପ୍ରତିଶତ ବଢିବ ବୋଲି ଆଶା ରହିଛି । ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଗହଣା ବ୍ୟବସାୟୀ ମନଲୋଭା ଅଫର ଆଣିଛନ୍ତି । ସୁନା ଅଳଙ୍କାର ଗଢା ମୂଲ୍ୟରେ ୬୦ ପ୍ରତିଶତ ଓ ରୁପା ଗହଣା ଗଢାମୂଲ୍ୟରେ ୭୫ ପ୍ରତିଶତ ରିହାତି ଦିଆଯାଉଛି । ଧନତେରାସ୍‌ରେ ଅଧିକ ସୁନା ଓ ଅନ୍ୟ ଅଳଙ୍କାର କିଣିବା ପାଇଁ ଏହ ଗ୍ରାହକଙ୍କୁ ଆକୃଷ୍ଟ କରିବ ବୋଲି ବ୍ୟବସାୟୀ କହିଛନ୍ତି ।

ଅନ୍ୟପଟେ ଧନତେରାସ୍‌କୁ ଦୃଷ୍ଟିରେ ରଖି ଗ୍ରାହକ ମାନେ ମଧ୍ୟ ଆଗୁଆ ସୋମାନଙ୍କ ମନ ପସନ୍ଦର ଗହଣା ବୁକ୍‌ କରି ନେଇଛନ୍ତି । ଧନତେରାସ୍‌ ବ୍ୟତିତ ଆଗକୁ ଦିପାବଳୀ ଓ ବିବାହ ଋତୁ ରହିଥିବାରୁ କାରବାର ଭଲ ହେବା ନେଇ ଆଶାବାଦୀ ଅଛନ୍ତି ବ୍ୟବସାୟୀ । ଗତବର୍ଷ କରୋନା କଟକଣା ଯୋଗୁ ବିକ୍ରି ବାଧାପ୍ରାପ୍ତ ହୋଇଥିଲା । ଏବେ କଟକଣା ନାହିଁ । ତେବେ । କଟକ ଚୌଧୁରୀ ବଜାରର ସାହୁଜୀ ଜୁଏଲର୍ସ ଗ୍ରାହକ ମାନଙ୍କ ପାଇଁ ସୁନା ଓ ରୁପା ଉପରେ ଆକର୍ଷଣୀୟ ରିହାତି ଆଣିଛି । ଗ୍ରାହକ ମାନେ ମଧ୍ୟ ଏହିଠାରୁ ସୁନା ଗହଣା କିଣି ସନ୍ତୋଷ ବ୍ୟକ୍ତ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.