Below header

ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଥିବା ବେଳେ ବାଲେଶ୍ୱରରେ କର୍ଫ୍ୟୁ ଅବଧି ବୃଦ୍ଧି, ଗତକାଲି ମଧ୍ୟରାତ୍ରିରୁ ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ କର୍ଫ୍ୟୁ ଜାରି

ବାଲେଶ୍ୱର(କେନ୍ୟୁଜ): ବାଲେଶ୍ୱରରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଥିବା ବେଳେ ପୁଣି ବଢାଯାଇଛି କର୍ଫ୍ୟୁ ଅବଧି। ଗତକାଲି ମଧ୍ୟରାତ୍ରିରୁ ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ କର୍ଫ୍ୟୁ ରହିବ। ବାଲେଶ୍ୱର ଷ୍ଟେସନର ଉଭୟ ପାର୍ଶ୍ୱର ୫୦୦ ମିଟର ପରିସୀମା ସହ ଲକ୍ଷ୍ମୀନାରାୟଣ ମନ୍ଦିର ଠାରୁ ସୁରଜ ହୋଟେଲ ଓ ଓଟି ରୋଡର ସମସ୍ତ ପ୍ରବେଶ ପଥକୁ ସିଲ୍‌ କରାଯାଇଛି। ଗାଡି ଚଳାଚଳ ବନ୍ଦ ସହ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି। ଏହାକୁ ଅବମାନନା କଲେ ପ୍ରଶାସନ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । ୨୪ଟି ବଗି ବିଶିଷ୍ଟ ଟ୍ରେନରେ ବଗି ପିଛା ୪ଜଣ ସ୍ୱେଚ୍ଛାସେବୀଙ୍କୁ ଦାୟିତ୍ୱ ଦିଆଯାଇଛି । ପ୍ରବାସୀମାନେ ଷ୍ଟେସନରେ ପହଞ୍ଚିବା ପରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ପଞ୍ଜିକରଣ କରାଯିବ। ଏହାପରେ ନିଜ ନିଜ ଅଞ୍ଚଳକୁ ବସ୍‌ ଯୋଗେ ପଠାଯାଇ ସେଠାରେ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରଖାଯିବ।

ଆଜି ବାଲେଶ୍ୱର ଷ୍ଟେସନରେ ପ୍ରବାସୀ ଶ୍ରମିକଙ୍କୁ ନେଇ ଆଉ ୬ଟି ଟ୍ରେନ୍‌ ପହ଼ଞ୍ଚିବ। ଏଥିରେ ୩ହଜାରରୁ ଅଧିକ ଶ୍ରମିକ ଆସିବେ। ପହ଼ଞ୍ଚିବା ପରେ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ବସ୍‌ ଯୋଗେ ନିଜ ନିଜ ଗାଁକୁ ପଠାଯିବ। ଏତେ ସଂଖ୍ୟାରେ ପ୍ରବାସୀ ଶ୍ରମିକ ଆସୁଥିବାରୁ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.