ବାତ୍ୟାର ରୂପ ନେଲା ବଙ୍ଗୋପସାରଗରରେ ସୃଷ୍ଟି ହୋଇଥିବା ଲଗୁଚାପ

ଭୁବନେଶ୍ବର: ବଙ୍ଗୋପସାରଗରରେ ସୃଷ୍ଟି ଲଗୁଚାପ ବାତ୍ୟାର ରୂପ ନେଲା । ସମୁଦ୍ର ମଧ୍ୟରେ ଘଣ୍ଟାକୁ ୫କିମି ବେଗରେ ଉତ୍ତର ଦିଗକୁ ଗତି କରୁଛି। ଏହା ଏବେ ପାରାଦୀପ ଠାରୁ ୭୭୦କିମି ଦୂରରେ ରହିଛି। ଆଜି ରାତିରେ ଏହା ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମର ରୂପ ନେଇପାରେ। ଏବେ ପଶ୍ଚିମବଙ୍ଗ,ବାଂଲାଦେଶ ଆଡକୁ ମୁହାଁଉଛି ବୁଲ୍‌ବୁଲ୍‌। ଏହି ସମୟରେ ପବନର ବେଗ ୭୦ରୁ ୮୦ କିଲୋମିଟର ମଧ୍ୟରେ ରହିବ। ପ୍ରଭାବରେ ଉତ୍ତର ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି। ୯ ଓ ୧୦ରେ ବର୍ଷା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ବାଲେଶ୍ୱର ବା ଚାନ୍ଦବାଲିରେ ବାତ୍ୟା ବୁଲବୁଲ ମାଡ଼ ହେବ ବୋଲି ଆକଳନ କରାଯାଉଥିଲା । କିନ୍ତୁ ଏବେ ଗତିପଥ ବଦଳାଇ ପଶ୍ଚିମବଙ୍ଗ ଓ ବାଙ୍ଗଲାଦେଶ ମୁହାଁ ହୋଇଛି । ତେଣୁ ଓଡ଼ିଶା ପ୍ରତି ବିପଦ ନଥିବା IMD ପକ୍ଷରୁ ସୂଚନା ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.