Below header

ପଶ୍ଚିମବଙ୍ଗ-ବାଂଲାଦେଶ ମୁହାଁ ବାତ୍ୟା ସି-ତ୍ରାଙ୍ଗ: ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ କରୁଛି ଗତି, ଆଜି ନେବ ଭୀଷଣ ବାତ୍ୟାର ରୂପ

କେନ୍ୟୁଜ୍ : ବଙ୍ଗୋପସାଗରରେ ଆଗକୁ ବଢୁଛି ବାତ୍ୟା ସି-ତ୍ରାଙ୍ଗ । ଆଜି ଭୀଷଣ ବାତ୍ୟାର ରୂପ ନେବ । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଛି ସି-ତ୍ରାଙ୍ଗ । ଏବେ ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ଗତି କରୁଛି ବାତ୍ୟା । ସମୁଦ୍ର ଭିତରୁ ଅଧିକ ବଳ ଗୋଟାଇ ଶକ୍ତିଶାଳୀ ହେଉଛି । ଆଗାମୀ ୧୨ ଘଣ୍ଟାରେ ଅଧିକ ଘନୀଭୂତ ହୋଇ ଭୀଷଣ ବାତ୍ୟାରେ ପରିଣତ ହେବ । ଏବେ ପଶ୍ଚିମବଙ୍ଗ-ବାଂଲାଦେଶ ମୁହାଁ ହେଉଛି ବାତ୍ୟା ।

ବର୍ତ୍ତମାନ ପଶ୍ଚିମବଙ୍ଗର ସାଗର ଦ୍ୱୀପଠାରୁ ୫୨୦ କିମି ଦକ୍ଷିଣ ଓ ବାଂଲାଦେଶର ବରିସାଲଠାରୁ ୬୭୦ କିମି ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ରହିଛି । ଏହା କ୍ରମଶଃ ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରିବ । ୧୨ ଘଣ୍ଟା ଭିତରେ ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ ବାତ୍ୟା । ଆସନ୍ତାକାଲି ସକାଳେ ସି-ତ୍ରାଙ୍ଗ ବାଂଲାଦେଶ ଉପକୂଳର ବରିସାଲ ନିକଟରେ ତିନ୍‌କୋଣା ଓ ସାନ୍‌ଦ୍ୱୀପ୍‌ ମଧ୍ୟରେ ଲ୍ୟାଣ୍ଡଫଲ କରିବ । ବାତ୍ୟା ପ୍ରଭାବରେ ବଙ୍ଗୋପସାଗର ଉପକୂଳରେ ପ୍ରବଳ ପବନ ହେଉଛି । ସିଭିୟର ସାଇକ୍ଲୋନିକ ଷ୍ଟର୍ମ ହେବା ପରେ ପବନର ବେଗ ଘଣ୍ଟାପ୍ରତି ୮୫ରୁ ୯୫ କିଲୋମଟର ରହିବ । ଏହା ବଢ଼ି ୧୦୫ରୁ ୧୧୦ କିଲୋମିଟର ରହିପାରେ । ବାତ୍ୟା ଭୀଷଣ ରୂପ ସହ ସ୍ଥଳଭାଗ ହିଟ୍‌ କରିବା ସମ୍ଭାବନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.