Below header

ପଶ୍ଚିମବଙ୍ଗ ମୁହାଁ ‘ତିତ୍‌ଲି’, ଘଣ୍ଟା ପ୍ରତି ୧୯ କିମି ବେଗରେ ଗତି କରୁଛି

ଗୋପାଳପୁର(କେନ୍ଯୁଜ୍) : ସ୍ଥଳଭାଗ ଛୁଇଁ ସାରିଛି ବାତ୍ୟା ‘ତିତ୍‌ଲି’ । ପଲାସା- ଗୋପାଳପୁର ଦକ୍ଷିଣ ଭାଗରେ ସ୍ଥଳଭାଗ ଛୁଇଁଥିଲା ତିତ୍‌ଲି । ଗୋପାଳପୁରରେ ଘଣ୍ଟାକୁ ୧୦୨ କିଲୋମିଟର ବେଗରେ ପବନ ବୋହୁଛି । ଧିରେ ଧିରେ ପଶ୍ଚିମବଙ୍ଗ ମୁହାଁ ହେଉଛି ‘ତିତ୍‌ଲି। ଘଣ୍ଟା ପ୍ରତି ୧୯ କିମି ବେଗରେ ଗତି କରୁଛି । ଉପକୂଳ ଓଡ଼ିଶାରେ ପବନ ଓ ବର୍ଷା ଜାରି ରହିଛି । ଆଉ ୧୨ ଘଣ୍ଟା ଏହାର ପ୍ରଭାବ ରହିବ ।

BOATତେବେ ଓଡ଼ିଶାରେ ବଡ଼ ଧରଣର କ୍ଷୟକ୍ଷତି ଆଶଙ୍କା ଟଳିଛି । ବ୍ରହ୍ମପୁରରୁ ଗୋପାଳପୁରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଉପରେ ଗଛ ଉପୁଡି ପଡିଛି । ବିଦ୍ୟୁତ୍‌ ସରବରାହ ବିଛିନ୍ନ ହୋଇଯାଇଛି । ହାଇମାଷ୍ଟ ଲାଇଟ୍‌ ପୋଷ୍ଟ ଭାଙ୍ଗିପଡିଛି । ଗୋପାଳପୁର ଓ ପୁରୀରେ ସମୁଦ୍ର ଅଶାନ୍ତ ରହିଛି । ଲହଡିର ଉଚ୍ଚତା ବଢିଛି । ଅନ୍ଯପଟେ ଗୋପାଳପୁର ସମୁଦ୍ରରେ ଡଙ୍ଗା ଓଲଟି ପଡିବାରୁ ୫ ଜଣ ମତ୍ସଜୀବୀ ବୁଡିଯାଉଥିବାବେଳେ ଉଦ୍ଧାରକାରୀ ଟିମ୍ ପକ୍ଷରୁ ସେମାନଙ୍କୁ ଉଦ୍ଧାର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.