ଭୟାବହ ବାତ୍ୟା ୟସ୍‌ ଅଟାକାଇ ପାରିନି ଅକ୍ସିଜେନ୍‌ ଯୋଗାଣ, ଦାୟିତ୍ୱପୂର୍ଣ୍ଣ ଭାବେ ପ୍ରକ୍ରିୟା ଜାରି ରଖିଛି ଓଡ଼ିଶା

ଭୁବନେଶ୍ବର: ବାତ୍ୟା ଅଟାକାଇ ପାରିନି ଅକ୍ସିଜେନ୍‌ ଯୋଗାଣ । ଭୟାବହ ବାତ୍ୟା ୟସ୍‌ ବେଳେ ଦାୟିତ୍ୱପୂର୍ଣ୍ଣ ଭାବେ ମେଡିକାଲ ଅକ୍ସିଜେନ ଯୋଗାଣ ଜାରି ରଖିଛି ଓଡ଼ିଶା । ଅକ୍ସିଜେନ ଅଭାବୀ ରାଜ୍ୟକୁ ଏଭଳି ସମୟରେ ମଧ୍ୟ ମେଡିକାଲ ଅକ୍ସିଜେନ ଯୋଗାଇ ଦେଇ କରୋନା ସଂକ୍ରମିତଙ୍କ ଜୀବନ ବଞ୍ଚାଇବାକୁ ଅଭିଯାନ ଜାରି ରହିଥିଲା। ବାତ୍ୟା ବେଳେ ଓଡ଼ିଶା ପୋଲିସ୍‌ ସହଯୋଗରେ ୬ଟି ଅମ୍ଳଜାନ ଟ୍ୟାଙ୍କର ପଠାଯାଇଛି ।

ବାତ୍ୟା ପ୍ରଭାବରେ ରାସ୍ତା ଉପରେ ପଡିଥିବା ଗଛ ଓ ବିଦ୍ୟୁତ୍‌ ଖୁଣ୍ଟି ସଫା କରିବା ପରେ ଅକ୍ସିଜେନ ଯୋଗାଣ ହୋଇଥିଲା । ଅନୁଗୁଳରୁ ୪ଟି ଟ୍ୟାଙ୍କର ହାଇଦ୍ରାବାଦ୍‌ ଓ ବିଶାଖାପାଟଣା ଯାଇଥିବା ବେଳେ ଯାଜପୁରରୁ ୨ଟି ଟ୍ୟାଙ୍କର ବ୍ରହ୍ମପୁର ଓ ଭୁବନେଶ୍ୱରକୁ ଯୋଗାଣ ହୋଇଛି । ମାତ୍ର ୩୪ ଦିନରେ ୧୮ ରାଜ୍ୟକୁ ଓଡ଼ିଶାରୁ ୨୨ ହଜାରରୁ ଅଧିକ ମେଟ୍ରିକ୍‌ ଟନ୍‌ ଅକ୍ସିଜେନ୍‌ ଯୋଗାଣ ହୋଇଛି । ଆନ୍ଧ୍ରପ୍ରଦେଶକୁ ସର୍ବାଧିକ ୭ହଜାର ୨ଶହ ୯୫ ମେଟ୍ରିକ ଟନ୍‌ ଅକ୍ସିଜେନ୍‌ ପଠାଯାଇଥିବା ବେଳେ ତେଲେଙ୍ଗାନାକୁ ୫ ହଜାର ୫୨୭ ମେଟ୍ରକ୍‌ ଟନ୍‌ ଅକ୍ସିଜେନ୍‌ ପଠାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.