Below header

ଯାଜପୁର: ଡକାୟତି ଯୋଜନା ଉଦ୍ୟମ ପଣ୍ଡ, ବିଭିନ୍ନ ମାରଣାସ୍ତ୍ର ସହ ୬ଡକାୟତଙ୍କୁ ଗିରଫ କଲା ବଡ଼ଚଣା ପୋଲିସ

ଯାଜପୁର(କେନ୍ଯୁଜ୍): ଯାଜପୁର, ଏକ ବଡ଼ ଧରଣର ଡକାୟତି ଯୋଜନା ଉଦ୍ୟମକୁ ପଣ୍ଡ କଲା ବଡ଼ଚଣା ପୋଲିସ। ଏହି ଘଟଣାରେ ସମ୍ପୃକ୍ତ ୬ ଜଣ ଡକାୟତକୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୭ଟି ହାତ ବୋମା, ଗୋଟିଏ ବନ୍ଧୁକ, ବିଭିନ୍ନ ମାରଣାସ୍ତ୍ର ସହ ୩ଟି ବାଇକକୁ ଜବତ କରିବାରେ ସଫଳ ହୋଇଛି। ଗତକାଲି ରାତିରେ ଏମାନେ ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଓ ଏହାର ଆଖପାଖ ଅଞ୍ଚଳରେ ଡକାୟତି କରିବାକୁ ଯୋଜନା ଚଳାଇଥିଲେ। କୌଣସି ସୂତ୍ରରୁ ଖବର ପାଇ ବଡ଼ଚଣା ପୋଲିସ ଓ ଚଣ୍ଡିଖୋଲ ଫାଣ୍ଡି ପୋଲିସ ଏମାନଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ। ପୂର୍ବରୁ ଏମାନେ ବହୁ ଡକାୟତି ଯୋଜନାରେ ସମ୍ପୃକ୍ତ ଥିବା ପୋଲିସ ସୂଚନା ଦେଇଛି। ଗିରଫ ପରେ ଏମାନଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଏସଡ଼ିପିଓ ଚିନ୍ମୟ କୁମାର ନାୟକ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.