ଏହି ବୁଲାକୁକୁର RPF ସହ ମିଶି ଷ୍ଟେସନ୍‌ରେ ଦେଉଛି ପହରା, କିଛି ସନ୍ଦେହଜନକ ଦେଖିଲେ ଏମିତି କରୁଛି ଆଲର୍ଟ

କୁକୁରକୁ ମଣିଷର ସବୁଠାରୁ ବିଶ୍ୱସ୍ତ ଜୀବ ବୋଲି କୁହାଯାଏ। ଥରେ ଖାଇବାକୁ ଦେଲେ ବୁଲା କୁକୁରଟିଏ ବି ଘର ସାମ୍ନାରେ ପଡ଼ିରହିଥାଏ। ମାଲିକକୁ ସୁରକ୍ଷା ଦେବା ସହ ବିପଦ ଆସିଲେ ନିଜ ଜୀବନକୁ ମଧ୍ୟ ବାଜି ଲଗାଇବାକୁ ପଛାଇନଥାଏ କୁକୁର। କେବଳ ଘରେ ନୁହେଁ ବାହାରେ ମଧ୍ୟ କୁକୁର ସମସ୍ତଙ୍କ ବନ୍ଧୁ ଭାବେ ସାହାଯ୍ୟ କରୁଥିବା ଦେଖିବାକୁ ମିଳେ। ଏବେ ଏକ କୁକୁର ରେଳ ଷ୍ଟେସନ୍‌ରେ ଆର୍‌ପିଏଫ୍‌ ଯବାନଙ୍କ ସହ ମିଶି ପହରା ଦେଉଥିବା ଭିଡିଓ ଭାଇରାଲ ହେଉଛି।

ଏହାସହ ପଢନ୍ତୁ: ଏହି କ୍ରିକେଟ୍‌ର ଉଭୟ ହାତରେ କରୁଛନ୍ତି ବୋଲିଂ ଓ ନେଉଛନ୍ତି ଓ୍ଵିକେଟ୍‌, ଦେଖନ୍ତୁ କେମିତି ଲଗାତାର ପାଭିଲିୟନ୍‌ଙ୍କୁ ପଠାଉଛନ୍ତି ବ୍ୟାଟ୍ସମ୍ୟାନ୍‌ଙ୍କୁ

ଚେନ୍ନାଇର ପାର୍କ ଟାଉନ୍‌ ରେଳ ଷ୍ଟେସନ୍‌ରେ ଏକ ବୁଲା କୁକୁର ରେଳ ସୁରକ୍ଷା ବଳରେ ସାମିଲ ହୋଇଛି। କୁକୁରଟିର ନାମ ଚିନ୍ନା ପୋନ୍ନୁ। ଚିନ୍ନା ପୋନ୍ନୁ ରେଳ ଷ୍ଟେସନ୍‌ରେ ନିୟମକୁ ଉଲ୍ଲଂଘନ କରୁଥିବା ଯାତ୍ରୀଙ୍କୁ ଭୁକି ଭୁକି ସଚେତନ କରିବା ସହ ଏଭଳି କରିବାକୁ ବାରଣ କରିଥାଏ।

ଦେଖନ୍ତୁ ଭିଡିଓ:

ରିପୋର୍ଟ ମୁତାବକ, ଦୁଇ ବର୍ଷ ପୂର୍ବରୁ ଚିନ୍ନା ପୋନ୍ନୁକୁ ତା’ ମାଲିକ ଷ୍ଟେସନ୍‌ରେ ଛାଡ଼ି ଚାଲିଯାଇଥିଲେ। ପରେ ସେ ରେଲେଓ୍ଵ ପୋଲିସ ସହ ବୁଲିବା ଆରମ୍ଭ କରିଥିଲା। ଧୀରେ ଧୀରେ ସେ ରେଲେଓ୍ଵ ପୋଲିସରେ ସାମିଲ ହୋଇ ତାଙ୍କ କାମରେ ସାହାଯ୍ୟ କଲା। ଏବେ କୁକୁରଟି ଫୁଟ୍‌ବୋର୍ଡରେ ଯାଉଥିବା ଯାତ୍ରୀଙ୍କୁ ଭୁକି ଭୁକି ସଚେତନ କରୁଛି।

ଏହାସହ ପଢନ୍ତୁ: ମଣିଷଙ୍କ ଭଳି କଥା କହୁଛି କୁକୁର, ବିଶ୍ୱାସ ହେଉନଥିଲେ ଦେଖନ୍ତୁ ଭିଡିଓ

ଜଣେ ଯାତ୍ରୀଙ୍କ କହିବା ମୁତାବକ ଏହି କୁକୁରଟି ଯେଉଁ ଯାତ୍ରୀମାନେ ନିୟମ ଉଲ୍ଲଂଘନ କରୁଥାନ୍ତି ତାଙ୍କୁ ଦେଖି ଭୁକିଥାଏ। ଯେଉଁ ଯାତ୍ରୀ ଚଳନ୍ତା ଟ୍ରେନ୍‌ରୁ ଓହ୍ଲାନ୍ତି ବା ଚଢ଼ିବାକୁ ଚେଷ୍ଟା କରନ୍ତି, ଚିନ୍ନା ପୋନ୍ନୁ ତାଙ୍କୁ ଭୁକି ଭୁକି ଏଭଳି କରିବାକୁ ମନା କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.