ନିଜ ଟେଲିକମ କମ୍ପାନୀ ସେବାରେ ଖୁସି ନାହାନ୍ତି କି, ଏମିତି କରନ୍ତୁ ନମ୍ବର ପୋର୍ଟେବିଲିଟି

ଯଦି ମୋବାଇଲ ଗ୍ରାହକଙ୍କ ମଧ୍ୟରେ ଏକ ସର୍ଭେ ଆରମ୍ଭ କରାଯାଏ । ତେବେ ହୁଏତ ୯୦ ପ୍ରତିଶତରୁ ଅଧିକ ଲୋକ ଏମିତି ମିଳିବେ ଯାହାଙ୍କୁ କି ନିଜ ନିଜ ଟେଲିକମ କମ୍ପାନୀ ମାନଙ୍କ ସେବାରେ ଜମା ଖୁସି ନ ଥିବେ । କିଏ ନେଟୱର୍କ ନେଇ ଖୁସି ନ ଥିବେ, ତ କିଏ ନିଜ କଲ ଡ୍ରପକୁ ନେଇ ଅଶାନ୍ତି ଥିବେ । ଆଉ କିଏ କିଏ ତ ସ୍ଲୋ ଇଣ୍ଟରନେଟ ସେବାକୁ ନେଇ ଖୁବ ବ୍ୟତିବ୍ୟସ୍ତ ହେଉଥିବେ । କେବଳ ଏଥି ପାଇଁ ମଧ୍ୟ ସେମାନଙ୍କର ଖୁବ ଜରୁରୀ କାମମାନ ଅଟକି ଯାଉଥିବ । ଯଦି ଆପଣ ବି ନିଜ ଟେଲିକମ କମ୍ପାନୀ ସେବାରେ ଜମା ବି ଖୁସି ନାହାନ୍ତି ତେବେ ନିଜ ନମ୍ବରକୁ ଅତି ସହଜରେ ପୋର୍ଟ କରି ପାରିବେ । କିନ୍ତୁ ଅଧିକାଂଶ ଲୋକେ ଏହି ପ୍ରଣାଳୀ ଟିକୁ ହୁଏତ ଠିକ ଭାବେ ଜାଣିନଥିବେ | ତେଣୁ କରି ଏହାର ଫାଇଦା ମଧ୍ୟ ଉଠାଇ ପାରନ୍ତି ନାହିଁ । ଏହି କାରଣରୁ ହିଁ ଆମେ ଆପଣଙ୍କୁ ସେ ବିଷୟରେ ଏକ ବିସ୍ତୃତ ରିପୋର୍ଟ ଦେଉଛୁ ଯାହାକୁ ବ୍ୟବହାର କରି ଆପଣ ବି ଅତି ସହଜରେ ନିଜ ସିମର ପୋର୍ଟାବିଲିଟି କରାଇପାରିବେ ।

mobile no

୧. ସର୍ବ ପ୍ରଥମେ ନିଜ ମୋବାଇଲ ନମ୍ବରରୁ ଏକ ମେସେଜ ପଠାନ୍ତୁ ।

୨. ମେସେଜରେ PORT ଲେଖି ସ୍ପେସ ଦିଅନ୍ତୁ ଓ ନିଜ ୧୦ ଅଙ୍କ ବିଶିଷ୍ଟ ମୋବାଇଲ ନମ୍ବରକୁ ଟାଇପ କରନ୍ତୁ ।

୩. ଏବେ ମେସେଜ ଟିକୁ ୧୯୦୦ ନମ୍ବରକୁ ପଠାନ୍ତୁ ।

୪.ମେସେଜ ପଠାଇବା ପରେ ଆପଣଙ୍କ ଫୋନକୁ ଏକ ମେସେଜ ଆସିବ ଯେଉଁଥିରେ ଏକ କୋର୍ଡ ଲେଖାଥିବ ।

ଏହା ସହ ପଢନ୍ତୁ: ଗତ ବର୍ଷ ତୁଳନାରେ ୪ ପ୍ରତିଶତ ବଢିଛି ଗାଡି ବିକ୍ରି, FADA ଜାରି କଲା ସୂଚନା

୫.ଏହି କୋର୍ଡ ଟିକୁ ନେଇକି ଆପଣ ଏକ ପାଖ ଷ୍ଟୋରରେ ଯାଇ ପହଞ୍ଚନ୍ତୁ । ଯେଉଁ କମ୍ପାନୀକୁ ଆପଣ ନିଜ ନମ୍ବରକୁ ପୋର୍ଟ କରିବାକୁ ଚାହୁଁଛନ୍ତି । ନଚେତ ଅନ୍ୟ କୌଣସି ସାଧାରଣ ମୋବାଇଲ ବା ଟେଲିକମ ଦୋକାନକୁ ମଧ୍ୟ ଯାଇପାରିବେ ।

୬.ଏହା ପରେ ଦୋକାନୀ ଜଣକ ମେସେଜ ବିଷୟରେ ଯାଞ୍ଚ କରିବା ପରେ ଆପଣଙ୍କ ପରିଚୟ ପତ୍ରର ଜେରକ୍ସ ନେଇ ଆପଣଙ୍କୁ ଏକ ନୂଆ ସିମ ଦେବ ।

୭. ଏହା ପରେ ଦୋକାନୀ ହିଁ ଆପଣଙ୍କୁ କହିଦେବ କି ଏହି ନୂଆ ସିମ କେବେ ଠାରୁ ଚାଲୁହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.