ରାଜ୍ୟରେ ଠକୁଛନ୍ତି ସୁନା ଦୋକାନୀ, ଚଢାଉ କରିବାକୁ ନିର୍ଦ୍ଦେଶ ଦେଲେ ବାଚସ୍ପତି

ଭୁବନେଶ୍ୱର(କେନ୍ଯୁଜ୍): ଠକୁଛନ୍ତି ସୁନା ଦୋକାନୀ । ଭୁବନେଶ୍ୱର ଓ ବ୍ରହ୍ମପୁରରେ ଥିବା ସୁନା ଦୋକାନ ଉପରେ ଚଢଉ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ସୁନା ଦୋକାନର ଓଜନ ମାପ ପରଖିବା ପାଇଁ ବାଚସ୍ପତି ଯୋଗାଣ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସୁନା ଦୋକାନୀ ଲୋକଙ୍କୁ ଓଜନ ମାପରେ ହେରଫେର କରୁଥିବା ନେଇ ପ୍ରଶ୍ନ କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଏହା ଉପରେ ଉତ୍ତର ରଖିଥିଲେ ଯୋଗାଣ ମନ୍ତ୍ରୀ । କଟକ ଓ ବାଲେଶ୍ୱରର ସର୍ବାଧିକ ସୁନା ଦୋକାନୀ ଲୋକଙ୍କୁ ଠକୁଛନ୍ତି । ଏହା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ଗ୍ରାହକମାନଙ୍କୁ ଠକୁଛନ୍ତି ସୁନା ଦୋକାନୀ । ବାଲେଶ୍ୱରରେ ୬ଟି, ଖୋର୍ଦ୍ଧାରେ ୪ଟି ଓ କଟକରେ ୭ଟି ଦୋକାନର ଚଢାଉ ହୋଇଛି । ଭୁବନେଶ୍ୱର ଓ ବ୍ରହ୍ମପୁରରେ ସୁନା ଦୋକାନରେ ଗୁଡ଼ିକ ଯାଞ୍ଚ ପାଇଁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.