ଏହି କ୍ରିକେଟ୍‌ର ଉଭୟ ହାତରେ କରୁଛନ୍ତି ବୋଲିଂ ଓ ନେଉଛନ୍ତି ଓ୍ଵିକେଟ୍‌, ଦେଖନ୍ତୁ କେମିତି ଲଗାତାର ପାଭିଲିୟନ୍‌ଙ୍କୁ ପଠାଉଛନ୍ତି ବ୍ୟାଟ୍ସମ୍ୟାନ୍‌ଙ୍କୁ

କ୍ରିକେଟ୍‌ ଖେଳରେ ପ୍ରତିଦିନ କିଛି କିଛି ନୂଆ ଘଟଣା ଦେଖିବାକୁ ମିଳିଥାଏ। ପୂର୍ବରୁ କ୍ରିକେଟରମାନେ କେବଳ ଦିନିକିଆ ଓ ଟେଷ୍ଟ ମ୍ୟାଚ୍‌ରେ ସୀମିତ ଥିବା ବେଳେ ଏବେ ଟି୨୦ ଫର୍ମାଟ୍‌ ଆସିବା ପରେ ଅଧିକ ଆକ୍ଟିଭ୍‌ ହେଉଥିବା ନଜର ଆସିଛନ୍ତି। କିଛି କ୍ରିକେଟର ଏବେ ନୂଆ ନୂଆ ଟେକ୍ନିକ୍‌ ମଧ୍ୟ ବ୍ୟବହାର କରୁଛନ୍ତି। ଏବେ ଦକ୍ଷିଣ ଆଫ୍ରିକାରେ ମଞ୍ଜାସୀ ସୁପର ଲିଗ୍‌ ଚାଲିଛି। ଏହି ଲିଗ୍‌ରେ କେପଟାଉନ୍‌ ହ୍ଵିଲଟ୍ସ ଟିମ୍‌ରେ ଜଣେ ଏଭଳି ବୋଲର ଅଛନ୍ତି ଯିଏ ଉଭୟ ହାତରେ ବୋଲିଂ କରିବାରେ ଧୁରନ୍ଧର।

 

ଏହି ଖେଳାଳିଙ୍କ ନାଁ ଗ୍ରେଗୋରୀ ମାହଲୋକବାନା। ଗ୍ରେଗୋରୀ ସ୍ଲୋ ବାମ ହାତ ସ୍ପିନ୍‌ ଏବଂ ଡାହାଣ ହାତ ସ୍ପିନ୍‌ ଖେଳିବାରେ ମାହିର। ସେ ଉଭୟ ହାତରେ ବୋଲିଂ କରି ଗୋଟିଏ ଗୋଟିଏ ଓ୍ଵିକେଟ୍‌ ନିଜ ନାଁରେ କରିଛନ୍ତି।

ଏହାସହ ପଢନ୍ତୁ: ମଣିଷଙ୍କ ଭଳି କଥା କହୁଛି କୁକୁର, ବିଶ୍ୱାସ ହେଉନଥିଲେ ଦେଖନ୍ତୁ ଭିଡିଓ

ମଞ୍ଜାସୀ ସୁପରଲିଗ୍‌ର ଟ୍ଵିଟର ଆକାଉଣ୍ଟରେ ଏହି ମ୍ୟାଚ୍‌ର ଏକ ଭିଡିଓ ସେୟାର କରାଯାଇଛି। ଭିଡିଓକୁ ଫ୍ୟାନ୍‌ମାନେ ଖୁବ୍‌ ପସନ୍ଦ କରୁଥିବା ନଜର ଆସିଛି। ଏହି ମ୍ୟାଚ୍‌ରେ ପ୍ରଥମେ ଗ୍ରେଗୋରୀଙ୍କୁ ୮ମ ଓଭରରେ ବୋଲିଂ କରିବାକୁ ମଉକା ମିଳିଥିଲା। ସେତେବେଳେ ସେ ଡାହାଣ ହାତରେ ସ୍ପିନ୍‌ ବୋଲିଂ କରିଥିଲେ। ଏହି ବଲ୍‌ରେ ସେ ସେରେଲ ଇରବୀଙ୍କୁ ଆଉଟ୍‌ କରିବାରେ ସଫଳ ହୋଇଥିଲେ।

ପରେ ସେ ୧୦ମ ଓଭରରେ ବାମ ହାତି ବୋଲିଂ କରି ଡରବନ ହିଟ୍‌ର ଅଧିନାୟକ ଡେନ୍‌ ବିଲାସଙ୍କୁ ବୋଲ୍‌ଡ କରିଥିଲେ। ଉଭୟ ଆଉଟ୍‌ ହେବା ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଗ୍ରେଗୋରୀଙ୍କ ଉଭୟ ହାତରେ ବୋଲିଂ କରିବା ଓ ଦୁଇ ଦୁଇଟି ଓ୍ଵିକେଟ୍‌ ନେବାକୁ ପ୍ରଶଂସକଙ୍କ ସମେତ ଅନ୍ୟ ଖେଳାଳିମାନେ ମଧ୍ୟ ଆଶ୍ଚର୍ଯ୍ୟଜନକ କହିବା ସହ ପ୍ରଶଂସା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.