ବିଜେପୁର ନିର୍ବାଚନକୁ ନେଇ ଦାମ କଷିଲେ ଅଙ୍କ, କହିଲେ ‘ବିଜେପିର ହେଭିୱେଟ ନେତା ଦଳ ଛାଡୁଛନ୍ତି ସେଠି କେମିତି ଯିତିବ ଦଳ ’

ଭୁବନେଶ୍ବର(କେନ୍ୟୁଜ୍): ବିଜେପୁର ଉପ ନିର୍ବାଚନକୁ ନେଇ ହାଇଭୋଲଟେଜ ପ୍ରଚାର ଜାରି ରହିଛି। ଏତିକିବେଳେ ବିଜେପୁର ଉପ ନିର୍ବାଚନ ଫଳାଫଳ ନେଇ ଅନୁମାନ ଲଗାଇଛନ୍ତି ବିଜେପିକୁ ବାଏ ବାଏ କରିଥିବା ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ। ସେ କହିଛନ୍ତି, ପାଟକୁରା ଉପ ନିର୍ବାଚନରେ ୭୮ ହଜାର ଭୋଟ ପାଇ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ପରାସ୍ତ ହୋଇଥିଲେ। ପରାଜୟ ପଛରେ ଦଳର ଆନ୍ତରିକତା ଓ ନିଷ୍ଠାକୁ ସେ ଦାୟୀ କରିଛନ୍ତି । ସେହିପରି ବିଜେପୁର ଉପ ନିର୍ବାଚନ ପୂର୍ବରୁ ବିଜେପିର ହେଭିୱେଟ ନେତା ଅଶୋକ ପାଣିଗ୍ରାହୀ ଦଳ ଛାଡିଛନ୍ତି। ଖୋଲାଖୋଲି ବିଜେଡି ପ୍ରାର୍ଥୀଙ୍କୁ ସମର୍ଥନ କରିବା ପାଇଁ ସେ କହିଛନ୍ତି। ବିଜେପୁର ନିର୍ବାଚନମଣ୍ଡଳୀର ଅନେକ ହେଭିୱେଟ ନେତା ଦଳ ଛାଡିଛନ୍ତି। ଏଥିରୁ ଅନୁମେୟ,ବିଜେପୁର ଉପ ନିର୍ବାଚନର ଫଳାଫଳ କଣ ହେବ ବୋଲି ଦାମ ବାବୁ କହିଛନ୍ତି।