Below header

ଲାଞ୍ଚ ନେଉଥିବା ବେଳେ ତହସିଲ ଅଫିସରେ କାର୍ଯ୍ୟ କରୁଥିବା ଡାଟା ଏଣ୍ଟ୍ରି ଅପରେଟର ଭିଜିଲାନ୍ସ ହାତରେ ଗିରଫ

ଝାରସୁଗୁଡ଼ା(କେନ୍ୟୁଜ୍) : ଝାରସୁଗୁଡ଼ା ତହସିଲ ଅଫିସରେ କାର୍ଯ୍ୟ କରୁଥିବା ଡାଟା ଏଣ୍ଟ୍ରି ଅପରେଟର 30 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଗିରଫ ହୋଇଛନ୍ତି । ଡାଟା ଏଣ୍ଟ୍ରି ଅପରେଟର କବି ଚରଣ ନାୟକ , ବାସୁଦେବ ମହାନନ୍ଦଙ୍କ ଠାରୁ ଆରଓଆର କରେକ୍ସନ ପାଇଁ 30 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ।

photo_2018-11-22_12-44-04ସେ ତହସିଲ ଅଫିସ ରେ ଆରଓଆର କରେକ୍ସନ ପାଇଁ ଅନେକ ଥର ଟଙ୍କା ଦାବି କରିଥିଲେ। ବାସୁଦେବ ଏନେଇ ଭିଜିଲାନ୍ସ ଙ୍କ ଦ୍ୱାରସ୍ଥ ହେବା ପରେ ଭିଜିଲାନ୍ସ ଡ଼ିଏସପି ଦିଲିପ କରଙ୍କ ନେତୃତ୍ୱରେ ଏକ ଟିମ ତହସିଲ ଅଫିସରେ ଚଢ଼ାଉ କରିଥିଲେ ଏବଂ 30 ହଜାର ଟଙ୍କା ଜବତ କରିବା ସହିତ ଅଭିଯୁକ୍ତ କବି ଚରଣ ନାୟକ ଙ୍କୁ ଧରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.