ମାଟିର ମଣିଷ : ତିତିଲି ଝଡର ମାସକ ପରେ ଅଣ୍ଟା ସଳଖି ଛିଡ଼ା ହେଉଛନ୍ତି ଚାଷୀ ପରିବାର

ଗଂଜାମ(କେନ୍ୟୁଜ୍) : ତିତିଲି ଝଡ ର ଏକ ମାସ ପରେ ଅଣ୍ଟା ସଳଖି ଛିଡ଼ା ହେଉଛନ୍ତି ଚାଷୀ । ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଜମିରେ ବାଇଗଣ ଗୋଟିଏ ଏକର, ଲଙ୍କା ଗୋଟିଏ ଭରଣ, ଏବଂ ଫୁଲ କୋବି ଅଧା ଏକର ଚାଷ କରିଥିଲେ ଗଂଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଯିଉରା ଗାଁ ର ଚାଷୀ କବିରାଜ ସେଠୀ ।

photo_2018-11-22_12-22-29ବିହନ,ଜମି ପ୍ରସ୍ତୁତି,ସାର,ଔଷଧ,ଶ୍ରମିକ ବାବଦରେ ପ୍ରାୟ ନବେ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା । ଆଦାୟ ହୋଇଥାନ୍ତା ପାଖାପାଖି ଦୁଇ ଲକ୍ଷ ଟଙ୍କା। ଗଛରେ ଫଳ ଧରିବା ବି’ଆରମ୍ଭ ହୋଇଯାଇଥିଲା । ହେଲେ  ତିତିଲି ଝଡ ରେ ଧୋଇହୋଇଗଲା ସବୁ ଚାଷ । ଅକ୍ଟୋବର ଏଗାର ତାରିଖର ଝଡ ତୋଫାନ ପରେ ପାଞ୍ଚ ଦିନ ଜମି ଦେଖିବାକୁ କଷ୍ଟ ଲାଗିଲା ବୋଲି କହିଛନ୍ତି କବିରାଜ । ସରକାର ବି ଘୋଷଣା କଲେ ଚାଷୀ ଙ୍କ ଜମି କୁ ଉଦ୍ୟାନ ବିଭାଗ କର୍ମଚାରୀ ଯାଇ କ୍ଷତି ଦେଖିବେ, କିନ୍ତୁ କେହିବି ଆସିଲେ ନାହିଁ ବୋଲି କହନ୍ତି କବିରାଜ ।

photo_2018-11-22_12-21-57କିନ୍ତୁ ସେ ଚାଷୀ ର ପୁଅ ଜୀବନ କାଳରେ କେତେ ବିପର୍ଯ୍ୟୟ ର ସାମନା କରିବାକୁ ହୁଏ । ତେଣୁ ଧର୍ଯ୍ୟ ହରା ନ ହୋଇ ସରକାରୀ ବାବୁ ଙ୍କୁ ଅପେକ୍ଷା ନ କରି ପୁଣି ଜମିରେ ବନ୍ଧାକୋବି  ଓ ଫୁଲକୋବି ଚାଷ ପାଇଁ ପାଞ୍ଚ ହଜାର ଟଙ୍କାର ବିହନ ଆଣି ତଳି ପକାଇଲେ । ଏବେ ତଳି ବଡ ହୋଇ ଜମିରେ ଲାଗିଛି । ସାର,ମୂଲିଆ, ଔଷଧ ଖର୍ଚ୍ଚ ପାଖାପାଖି ତିରିଶି ହଜାର ଟଙ୍କା ଖର୍ଚ୍ଚ ହୋଇଛି । ଆଶା କରିଛନ୍ତି କବିରାଜ ଲକ୍ଷେ ପରେ ଆଦାୟ ହେବ।

photo_2018-11-22_12-21-48ଚାଷ ତାଙ୍କୁ ଦେଇଛି ପରିଚୟ, ସମ୍ମାନ । ତେଣୁ ପଛକୁ ନ ଚାହିଁ ଆଗକୁ ବଢିବା ପାଇଁ ପଡିବ ବୋଲି କହିଛନ୍ତି କବିରାଜ । ତେବେ ତାଙ୍କର ଦୁଃଖ ହେଲା ତାଙ୍କ କଷ୍ଟ କୁ ସରକାରୀ ବାବୁ ମାନେ ବୁଝିଲେ ନାହିଁ, ସରକାରଙ୍କ ଘୋଷଣା ଚାଷୀ ଙ୍କ ନିକଟରେ ପହଞ୍ଚି ପାରିବାରେ ବ୍ୟତିକ୍ରମ ହେଉଛି, ଏ’ ହେଉଛି ଗୋଟିଏ ଉଦାହରଣ ମାତ୍ର । ତେବେ ଏକା କବିରାଜ ନୁହଁନ୍ତି ଏପରି ଅନେକ ଚାଷୀ ସରକାରୀ ସହାୟତା କୁ ଅପେକ୍ଷା ନ କରି ଚାଷ କାର୍ଯ୍ୟରେ ଆଗେଇଛନ୍ତି । ଏହା ସହ ଜମିରେ ଶ୍ରମିକ ଙ୍କୁ କାମରେ ଲଗାଇବା ସହ ନିଜେ ଓ ମାଆ ଙ୍କୁ ନେଇ ସକାଳୁ କାମରେ ଲଗିଯାଆନ୍ତି କବିରାଜ । ଯିଉରା ଗାଁ ର ଅଧିକାଂଶ ଲୋକ ଚାଷ କାର୍ଯ୍ୟ ଉପରେ ନିର୍ଭର କରୁଥିବା ବେଳେ ତିତିଲି ଝଡ ରେ ଅନେକ ଚାଷ ଧୋଇ ହୋଇଯାଇଥିଲା। କିନ୍ତୁ ଏବେ ଚାଷୀ ଅଣ୍ଟା ସଳଖୀ ଛିଡ଼ା ହୋଇ ଚାଷ କାର୍ଯ୍ୟରେ ଆଗେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.