ପୁଣି ଦାଦନ ଦୁଃଖ, ଟଙ୍କା ପାଇଁ ସର୍ଦ୍ଦାର ପାଖରେ ବନ୍ଧକ ରହିଲା ଝିଅ
ଦାଦନଗଡ଼ ବେଲପଡାରେ ପୁଣି ଦାଦନ ଦୁଃଖ । ଟଙ୍କା ପାଇଁ ସର୍ଦ୍ଦାର ପାଖରେ ବନ୍ଧକ ରହିଲା ନାବାଳିକା ଝିଅ ।ଏପରି ଅଭାବନୀୟ ଘଟଣା ଘଟିଛି ବେଲପଡା ଥାନା ସୁଲେକେଲା ଗାଁରେ । ବାପାଙ୍କ ପାଇଁ ବନ୍ଧା ପଡିଲା ୧୨ ବର୍ଷର ଝିଅ ।

ପାଟଣାଗଡ଼(କେନ୍ୟୁଜ) : ଦାଦନଗଡ଼ ବେଲପଡାରେ ପୁଣି ଦାଦନ ଦୁଃଖ । ଟଙ୍କା ପାଇଁ ସର୍ଦ୍ଦାର ପାଖରେ ବନ୍ଧକ ରହିଲା ନାବାଳିକା ଝିଅ । ଏପରି ଅଭାବନୀୟ ଘଟଣା ଘଟିଛି ବେଲପଡା ଥାନା ସୁଲେକେଲା ଗାଁରେ ।
ବାପାଙ୍କ ପାଇଁ ବନ୍ଧା ପଡିଲା ୧୨ ବର୍ଷର ଝିଅ । ବାପାଙ୍କ ଦେହ ଅସୁସ୍ଥ ଥିବା ପରେ ବି ଅଧିକ କାମ କରାଇବାରୁ ଅବସ୍ଥା ସାଙ୍ଘାତିକ ହେବାରୁ ଝିଅକୁ ବନ୍ଧକ ରଖି ପରିବାରକୁ ଗାଁକୁ ଛାଡିଥିଲା ଇଟାଭାଟି ମାଲିକ । ଘରକୁ ଫେରିବା ବାଟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ଝିଅକୁ ମୁକୁଳାଇବା ପାଇଁ ସର୍ଦ୍ଦାର କୁ ୫୦ ହଜାର ଟଙ୍କା ଦେଇଥିଲେ ବି ଅଧିକା ଟଙ୍କା ଦାବି କରିଛି ଦାଦନ ସର୍ଦ୍ଦାର । ଫଳରେ ଶବ ରଖି ପରିବାର ଲୋକଙ୍କ ଧାରଣାରେ ବସିଛନ୍ତି । ମୃତକ ହେଲେ ସୁଲେଇକେଲା ଗାଁ ର କାହ୍ନୁ ମଲ୍ଲିକ l