କାହିଁକି ଏଲିଏନ୍ସଙ୍କୁ ଡାକୁଛନ୍ତି ଏହି ସହରର ଲୋକେ, ଜାଣନ୍ତୁ ଏହା ପଛର ରହସ୍ୟ

ଆମେରିକୀୟ ସହର ସ୍ପେସରେ ଲେଜର ମାଧ୍ୟମରେ ସେଠାକୁ ଆମନ୍ତ୍ରଣ ପଠାଉଛି ଯାହା ଏଲିଏନ୍ସଙ୍କୁ ତାଙ୍କ ସ୍ଥାନକୁ ଆସିବା ପାଇଁ ନିମନ୍ତ୍ରଣ କରିଛି । ତାହେଲେ ଆସନ୍ତୁ ଜାଣିବା ଏହି ପୂରା ଘଟଣା ବିଷୟରେ ।

ପୃଥିବୀରେ ବାସ କରୁଥିବା ଲୋକମାନେ ବର୍ତ୍ତମାନ ଅନ୍ୟ ଜଗତର ଲୋକମାନଙ୍କ ପ୍ରତି ଆଗ୍ରହ ଦେଖାଇବା ଆରମ୍ଭ କରିଛନ୍ତି । ବାସ୍ତବରେ ବିଜ୍ଞାନ ଏବଂ ନୂଆ ଟେକ୍ନୋଲଜିର ମଣିଷକୁ ଭାବିବାକୁ ବାଧ୍ୟ କରୁଛି ଯେ ପୃଥିବୀରେ ଯେପରି ମଣିଷ ଅଛନ୍ତି, ସେହିପରି ଅନ୍ୟ କିଛି ସ୍ଥାନ ମଧ୍ୟ ରହିଛି ଯେଉଁଠାରେ ମଣିଷ ଅଛନ୍ତି । ତେବେ ସବୁଠୁ ବଡ କଥା ହେଉଛି ଏହା ଆମେରିକୀୟ ସହର ସ୍ପେସରେ ଲେଜର ମାଧ୍ୟମରେ ସେଠାକୁ ଆମନ୍ତ୍ରଣ ପଠାଉଛି ଯାହା ଏଲିଏନ୍ସଙ୍କୁ ତାଙ୍କ ସ୍ଥାନକୁ ଆସିବା ପାଇଁ ନିମନ୍ତ୍ରଣ କରିଛି । ତାହେଲେ ଆସନ୍ତୁ ଜାଣିବା ଏହି ପୂରା ଘଟଣା ବିଷୟରେ ।

ବାସ୍ତବରେ ଆମେରିକାର କେଣ୍ଟୁକି ରାଜ୍ୟରେ ଲେସିଙ୍ଗଟନ୍ ଏକ ଛୋଟ ସହର । ଏଠାକାର ଲୋକମାନେ ଏଲିଏନ୍ସମାନଙ୍କୁ ଲେଜର ବିମ୍ ମାଧ୍ୟମରେ ନିଜ ସହରକୁ ଆସିବାକୁ ନିମନ୍ତ୍ରଣ କରୁଛନ୍ତି । ସବୁଠାରୁ ବଡ କଥା ହେଉଛି ଏହି କାର୍ଯ୍ୟ ନଗର ପ୍ରଶାସନ ଦ୍ୱାରା କରାଯାଉଛି । ଏହି ସହରର ପ୍ରଶାସନ ଲେଜର ବିମ୍ ମାଧ୍ୟମରେ ଆକାଶକୁ ଏକ ବାର୍ତ୍ତା ପଠାଉଛି ଏବଂ ଏଲିଏନ୍ସମାନଙ୍କୁ ପୃଥିବୀର ଏହି ସହରକୁ ଆସିବାକୁ ନିମନ୍ତ୍ରଣ କରାଯାଇଛି ।

ସୂଚନା ମୁତାବକ, ଏଲିଏନ୍ସମାନଙ୍କୁ ଡାକୁଥିବା ବାର୍ତ୍ତାରେ ଲେଖା ଯାଇଛି, ‘‘ମୋର ଏଲିଏନ୍ସ ବନ୍ଧୁମାନେ, ଯେତେବେଳେ ଆପଣ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବେ, ସେତେବେଳେ ଆପଣ ପ୍ରଥମେ ଦେଖିବେ ସେଣ୍ଟ୍ରାଲ୍ କେଣ୍ଟୁକିର ସବୁଜ ସ୍ଥାନ ଯାହା ଲେକ୍ସଟନ୍‌ର ଉଜ୍ଜ୍ୱଳ ସହର । ଏହା ଆମର ପ୍ରସିଦ୍ଧ ବ୍ଲୁଗ୍ରାସ୍ ଅଞ୍ଚଳ ’’। ଏହା ବ୍ୟତୀତ ସହରରେ ଦେଖିବାକୁ ଯୋଗ୍ୟ ଅନ୍ୟାନ୍ୟ ସ୍ଥାନ ଏବଂ ବୋର୍ବନ୍ ମଦ ମଧ୍ୟ ଏହି ବାର୍ତ୍ତାରେ ଲେଖାଯାଇଛି । ଏହି ସ୍ଥାନ ଯେଉଁଠାରେ ଏଲିଲନ୍ସମାନେ ରହିବେ ଏବଂ ଖାଇବେ, ସେମାନଙ୍କ ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି ।

ବାସ୍ତବରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଲେସିଙ୍ଗଟନ୍ ସହରର ପ୍ରଶାସନ ଏସବୁ କରୁଛି । ନଗର ପ୍ରଶାସନ କହିଛି ଯେ ଏହି ସହରରୁ UFO ଏବଂ ଏଲିଏନ୍ସମାନଙ୍କ ଏନକାଉଣ୍ଟରର ଅନେକ ଘଟଣା ସାମ୍ନାକୁ ଆସିଛି । ଏଭଳି ପରିସ୍ଥିତିରେ ଲୋକଙ୍କ ମଧ୍ୟରେ ଏହି ଭାବନା ଜାଗ୍ରତ ହୋଇଛି ଯେ ଆମେ ଏହି ବ୍ରହ୍ମାଣ୍ଡରେ ଏକା ନୁହଁ । ତଥାପି ଏହି ବ୍ରହ୍ମାଣ୍ଡର କୌଣସି ସ୍ଥାନରେ ଏଲିଏନ୍ସ ଅଛନ୍ତି କି ନାହିଁ ସେ ସମ୍ବନ୍ଧରେ କୌଣସି ଠୋସ୍ ପ୍ରମାଣ ମିଳିପାରି ନାହିଁ । କିନ୍ତୁ ଅନେକ ଲୋକ ବିଶ୍ୱାସ କରନ୍ତି ଯେ ସେମାନେ ଆମ ଚାରିପାଖରେ ଅଛନ୍ତି ଏବଂ ଦୂରରୁ ଆମ ଉପରେ ନଜର ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.