Below header

ମିଳିଲାନି ମହାପ୍ରୟାଣ କି ଆମ୍ବୁଲାନ୍ସ ଟ୍ରଲି ରିକ୍ସାରେ ବୁହାହେଲା ଶବ

ମୃତ କୃଷ୍ଣଙ୍କ ଶବକୁ ଟ୍ରଲି ରିକ୍ସାରେ ପ୍ରାୟ ୫୦୦ ମିଟର ନେଇଥିଲେ ପରିବାର ଲୋକେ । ଏଭଳି ଘଟଣା ବାରମ୍ବାର ଘଟୁଥିବା ଯୋଗୁଁ ଜନସାଧାରଣ ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଏଥିପ୍ରତି ସ୍ୱାସ୍ଥ୍ୟବିଭାଗ ଦୃଷ୍ଟି ଦେବାପାଇଁ ଦାବି ହୋଇଛି।

ମୋହନା(କେନ୍ୟୁଜ୍): ଶବ ବୁହା ହେଲା ଟ୍ରଲି ରିକ୍ସାରେ। ଏଭଳି ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନାରେ।  ଗତ ଗୁରୁବାର ବିଳମ୍ବିତ ରାତିରେ ମୋହନା ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୋହନାର କୃଷ୍ଣ ସାହୁଙ୍କ ମୃତ୍ୟୁ ଘଟିଥିଲା। ହେଲେ ମେଡିକାଲ ଠାରୁ ତାଙ୍କ ଶବ ୫୦୦ ମିଟର ଦୂରରେ ପାତ୍ରସାହିକୁ ନେବା ପାଇଁ ଗାଡି ମିଳିନଥିଲା । ତେଣୁ ବାଧ୍ୟ ହୋଇ ମୃତ ଦେହକୁ ପରିବାର ଏବଂ ସ୍ଥାନୀୟ ଲୋକ ଏକ ଟ୍ରଲି ରିକ୍ସାରେ ଘର କୁ ନେଇଥିଲେ। ସୂଚନା ପ୍ରକାରେ ଗତକାଲି ରାତିରେ ମୋହନାର କୃଷ୍ଣ ସାହୁଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ତାଙ୍କୁ ମୋହନା ମେଡିକାଲରେ ଭର୍ତି କରିଥିଲେ।  ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା l

ମୃତ୍ୟୁ ପରେ ଶବକୁ ଘରେ ପହଞ୍ଚାଇବା ପାଇଁ ମହାପ୍ରୟାଣ ଗାଡି ବ୍ୟବସ୍ଥା କରିଛନ୍ତି ସରକାର କିନ୍ତୁ ମୋହନା ରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି।  ଆଜିର ଘଟଣା ସରକାର ଙ୍କ ମହାପ୍ରୟାଣ ଯୋଜନା ଉପରେ ପ୍ରଶ୍ନ ବାଚି ସୃଷ୍ଟି କରିଛି । ମୃତ କୃଷ୍ଣଙ୍କ ଶବକୁ ଟ୍ରଲି ରିକ୍ସାରେ ପ୍ରାୟ ୫୦୦ ମିଟର ନେଇଥିଲେ ପରିବାର ଲୋକେ । ଏଭଳି ଘଟଣା ବାରମ୍ବାର ଘଟୁଥିବା ଯୋଗୁଁ ଜନସାଧାରଣ ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଏଥିପ୍ରତି ସ୍ୱାସ୍ଥ୍ୟବିଭାଗ ଦୃଷ୍ଟି ଦେବାପାଇଁ ଦାବି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.