Below header

ମେଡିକାଲ କଲେଜକୁ ମର ଶରୀର ଏବଂ ଚକ୍ଷୁ ଦାନ କଲେ ପରିବାର ଲୋକେ

ବ୍ରହ୍ମପୁର (କେନ୍ୟୁଜ୍) : ବ୍ରହ୍ମପୁର ଚନ୍ଦ୍ରପ୍ରଭା ସାହି ଦ୍ୱିତୀୟ ଲାଇନର ରାଧାବଲ୍ଲଭ ପଟ୍ଟନାୟକଙ୍କ ଦୁଇଦିନ ତଳେ ନିଜ ବାସଭବନରେ ସ୍ୱାଭାବିକ ଭାବେ ୬୪ବର୍ଷ ବୟସରେ ପରଲୋକ ହୋଇଥିଲା। ରାଧାବଲ୍ଲବ ଜଣେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ହୋଇଥିବା ବେଳେ ଧର୍ମ ପରାୟଣ ଓ କର୍ତ୍ତବ୍ୟ ନିଷ୍ଠା ଓ ପରୋଉପକାରୀ ଥିଲେ। ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ନିମନ୍ତେ ତାଙ୍କର ଶେଷ ଇଚ୍ଛା ଥିଲା ତାଙ୍କ ମୃତ ଦେହକୁ ଦାହ ନ କରି ମେଡିକାଲ ଛାତ୍ର ଛାତ୍ରୀଙ୍କୁ ଦାନ କରାଯିବ। ଏହାକୁ ନେଇ ନିଜ ପରିବାର ଲୋକେ ମର ଶରୀର ଓ ଚକ୍ଷୁକୁ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜକୁ ଦାନ କରିଛନ୍ତି।

କେବଳ ନଖ ଓ ତାଙ୍କରି ଟୁଟି ଦ୍ୱାରା ମୃତ ପରେ ରୀତି ନିତି ସମ୍ପର୍ଣ୍ଣ କରାଯିବ ବୋଲି ତାଙ୍କ ପରିବାରବର୍ଗ ପକ୍ଷକୁ କୁହାଯାଇଛି। ଏହା ସହ ତାଙ୍କରି ଦୁଇଟି ଚକ୍ଷୁ ଦୁଇ ଜଣ ବ୍ୟକ୍ତିଙ୍କ ଶରୀରରେ ପ୍ରତ୍ୟାରୋପଣ କରାଯିବ। ମେଡିକାଲକୁ ଶରୀର ଦାନ କରାଯିବା ବିରଳ ହୋଇଥିବା ବେଳେ ଏହା କଲେଜର ୫୬ ବର୍ଷରେ ଚତୁର୍ଥ ବୋଲି ଜଣା ପଡିଛି। ଏହି ଶରୀର ମାଧ୍ୟମରେ ଡାକ୍ତର ଛାତ୍ରଛାତ୍ରୀଙ୍କ ପାଠପଢା ଓ ଗବେଶଣା ଦିଗରେ ବେଶ ସହାୟକ ହେବ ବୋଲି ଏମକେସିଜି ମେଡିକାଲର ଅଧ୍ୟକ୍ଷ କହିଛନ୍ତି। ଏହା ସହ ଶରୀର ଦାନ କରିଥିବା ପରିବାରକୁ ସାଧୁବାଦ ଜ୍ଞାପନ କରିଛନ୍ତି ମେଡିକାଲ କଲେଜର ଅଧ୍ୟକ୍ଷ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.