Below header

ପୁଣି ଫେରିଛି ନିପା ଭାଇରସ୍‌, କେରଳରେ ଚିହ୍ନଟ ହୋଇଛି ରୋଗୀ

ଭୟାନକ ନିପା ଭାଇରସ ଭାରତରେ ପୁଣି ପ୍ରବେଶ କରିଛି। ଏନେଇ କେରଳରେ ପ୍ରଥମ ରୋଗୀ ଚିହ୍ନଟ କରାଯାଇଛି। କୋଚିରେ ୨୩ବର୍ଷର ଏକ ଛାତ୍ର ମସ୍ତିଷ୍କଜ୍ୱରରେ ଆକ୍ରାନ୍ତ ହେବା ପରେ ତାର ପରୀକ୍ଷା କରାଯାଇଥିଲା। ଯେଉଁଥିରେ ସେ ନିପା ଭାଇରସରେ ଆକ୍ରାନ୍ତ ଥିବା ଜଣାପଡିଥିଲା। ରାଜ୍ୟର ସ୍ୱାସ୍ଥ୍ୟା ମନ୍ତ୍ରୀ କେ ଶେଲଯା ଏହି ବିଷୟରେ ପ୍ରେସ କନଫରେନ୍ସ କରି ସୂଚନା ପ୍ରଦାନ କରିଥିଲେ।


ରାଷ୍ଟ୍ରୀୟ ବିଜ୍ଞାନ ସଂସ୍ଥାର ସୂଚନା ଅନୁଯାୟୀ, ୨୩ବର୍ଷର ଛାତ୍ରଙ୍କ ରକ୍ତରେ ନିପା ଭାଇରସ ମିଳିଛି। ତେବେ ସୂଚନା ଦେବାକୁ ଯାଇ ସେ କହିଛନ୍ତି, ରାଜ୍ୟରେ ୮୬ ଜଣ ରୋଗୀଙ୍କୁ ନିପା ଆଶାଙ୍କ ଥିବା କୁହାଯାଇଥିବା ବେଳେ ସେଥି ମଧ୍ୟରୁ ୨ ଜଣ ରୋଗୀଙ୍କୁ ଡାକ୍ତରଖାନରେ ଆଡମିଟ କରାଯାଇଥିଲା। ଯେଉଁଥିରୁ ଜଣେ ନିପା ଭାଇରସ ଦ୍ୱାରା ଆକ୍ରାନ୍ତ ଥିବା ଜଣାପଡିଥିଲା। ତେବେ ଏନେଇ ଚିନ୍ତା କରିବାର କୌଣସି କଥା ନାହିଁ କୁହାଯାଇଥିବା ବେଳେ ତାଙ୍କର ଚିକିତ୍ସା ଚାଲିଛି ବୋଲି ସୂଚନା ଦିଆଯାଇଛି ।

nipah2

 

କେଉଁଠାରୁ ଆସେ ନିପା ଭାଇରସ୍?

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ ନିପା ଭାଇରସ ବାଦୁଡ଼ିରୁ ଫଳକୁ ଓ ଫଳରୁ ମଣିଷ ଓ ଅନ୍ୟ ପଶୁପକ୍ଷୀମାନଙ୍କ ଶରୀରକୁ ଆସିଥାଏ।

କ’ଣ ପାଇଁ ଏହାର ନାଁ ନିପା ଭାଇରସ୍?

୧୯୯୮ ମସିହାରେ ପ୍ରଥମେ ମାଲେସିଆର କାଂପୁଂଗ ସୁଂଗଇ ନିପାରେ ଏହି ଭାଇରସ୍‌ ସାମ୍ନାକୁ ଆସିଥିଲା। ତେଣୁ ଏହାକୁ ନିପା ଭାଇରସ୍‌ ନାଁ ଦିଆଗଲା। ପ୍ରଥମେ ଏହାର ପ୍ରଭାବ ଘୁଷୁରୀମାନଙ୍କଠାରେ ଦେଖାଦେଇଥିଲା। ୨୦୦୪ ମସିହାରେ ବାଂଲାଦେଶରେ ଏହି ଭାଇରସ୍ ଆତଙ୍କ ଦେଖାଯାଇଥିଲା। କେରଳକୁ ଏହା ପ୍ରଥମ ଥର ଆସିଛି ବୋଲି କୁହାଯାଉଛି।

ଲକ୍ଷଣ

ଏହି ଭାଇରସ୍‌ ଦ୍ୱାରା ପ୍ରଭାବିତ ବ୍ୟକ୍ତିଙ୍କୁ ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ହୋଇଥାଏ। ମୁଣ୍ଡରେ ଭୀଷଣ ଯନ୍ତ୍ରଣା ହୋଇଥାଏ। ଠିକ୍‌ ସମୟରେ ଏହାର ଚିକିତ୍ସା ନହେଲେ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.