ଯାଜପୁର(କେନ୍ୟୁଜ୍) : ଯାଜପୁର ଜିଲ୍ଲା ଧର୍ମଶାଳା ଦେଉଳି ପାହାଡରେ ମା’କୁ ହତ୍ୟା ସହ ଝିଅକୁ ଦୁଷ୍କର୍ମ ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ। ତା ନାଁ ବିଜୟ କୁମାର ବେହେରା। ତାକୁ କେରଳରୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଗତ ମାସ ୪ତାରିଖରେ ଅଭିଯୁକ୍ତ ଏହି କାଣ୍ଡ ଘଟାଇ ଫେରାର ହୋଇଯାଇଥିଲା। ୨ତାରିଖରେ ଦେଉଳି ଗାଁର ଜଣେ ଯୁବତୀକୁ ମୁଖ୍ୟ ଅଭିଯୁକ୍ତ ଓ ତାର ସହଯୋଗୀ ଘରୁ ଡାକି ନେଇଥିଲେ । ଯୁବତୀଙ୍କ ମା’ ଏହାକୁ ବିରୋଧ କରିବା ସହ ସେମାନଙ୍କ ପିଛା କରିଥିଲେ। ଅଭିଯୁକ୍ତମାନେ ମହିଳାଙ୍କୁ ହତ୍ୟା କରିବା ସହ ତାଙ୍କ ଝିଅଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ପୂର୍ବରୁ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା।